Advertisment

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ; ଡଙ୍ଗାରୁ କଏନ ସଂଗ୍ରହ କରୁ କରୁ ବୁଡ଼ିଗଲେ ନାବାଳିକା

ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ନାବାଳିକା। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।

Drown

Drown

Advertisment

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଆନନ୍ଦ ଉଲ୍ଲାସର ମାହୋଲ । ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ । ମାତ୍ର ଏପରି ସମୟରେ ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ଥାନା ଚମ୍ପାନଗରରେ ଘଟି ଯାଇଛି ଏକ ଦୁଃଖଦ ଘଟଣା।

Advertisment

ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ନାବାଳିକା। ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି।

ଆଜି ସକାଳ ପ୍ରାୟ ୬ଟା ବେଳେ ସେ ନିଜର କିଛି ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରୁ ସମସ୍ତେ ଡଙ୍ଗା ଭସାଇ ଚାଲି ଯାଇଥିବା ବେଳେ କେହି ବୟସ୍କ ବ୍ୟକ୍ତି ନ ଥିଲେ। ମାତ୍ର ଡଙ୍ଗାରେ ଥିବା କଏନ ସଂଗ୍ରହ କରିବାକୁ ଛୋଟ ଛୋଟ ପିଲାଙ୍କ ମନରେ ଲୋଭ ହେଲା।

Advertisment

ଫଳରେ ଅନ୍ୟମାନଙ୍କ ସହ ନାବାଳିକାଜଣକ ବି କଏନ ସଂଗ୍ରହ କରିବାକୁ ପାଣିରେ ପଶିଗଲେ। ମାତ୍ର ଗୋଡ଼ ଖସିଯିବାରୁ ସେ ଆଉ ବାହାରକୁ ବାହାରି ପାରିଲେନି। ଏହାଦେଖି ଅନ୍ୟ ପିଲାମାନେ ଭୟଭୀତ ହୋଇ ନିଜ ନିଜ ଘରକୁ ପଳାଇଥିଲେ।

ନାବାଳିକାଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିକଟସ୍ଥ ପୋଖରୀରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ସବୁଠି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆନନ୍ଦ ଉଲ୍ଲାସର ମାହୋଲ ଥିବା ବେଳେ ନାବାଳିକାଙ୍କ ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଏହି ଘଟଣା ଯୋଗୁ ଗାଁରେ ଶୋକର ଛାୟା ଖେଳି ଯାଇଛି।

Malkangiri Drown Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe