Advertisment

ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି, ପୋଖରୀରେ ବୁଡ଼ିଗଲା ଝିଅ

ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି। ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍‌ ବି କିଣା ହୋଇଥିଲା। ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ବି ଜମିଥିଲା।

drown

drown

Advertisment

ଘରେ ଚାଲିଥିଲା ନୂଆଁଖାଇ ପ୍ରସ୍ତୁତି। ଭଳିକି ଭଳି ପିଠାପଣା ପ୍ରସ୍ତୁତ ହେଉଥିବା ବେଳେ ନୂଆ ଡ୍ରେସ୍‌ ବି କିଣା ହୋଇଥିଲା। ଘରେ ବନ୍ଧୁବାନ୍ଧକଙ୍କ ଭିଡ଼ ବି ଜମିଥିଲା। ଏହି ଆନନ୍ଦଉଲ୍ଲାସରେ ସାମିଲ ହେବା ନିମନ୍ତେ ତରତର ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳିକା। ମାତ୍ର ଘଟିଗଲା ଅଘଟଣ । ଆଉ ଫେରିଲେନି ନାବାଳିକା।

Advertisment

ପରିବାର ଲୋକେ ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏପରି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଲବସପୁର ଗାଁରେ ଘଟିଛି। ମୃତକ ହେଲେ ୧୭ ବର୍ଷୀୟ ଶୋଭାଗିନୀ କର୍ଣ୍ଣ । ଫଳରେ ହସଖୁସିରେ ଫାଟିପଡ଼ୁଥିବା ଘର ହଠାତ୍‌ କାନ୍ଦବୋବାଳିରେ ଫାଟି ଉଠୁଛି।

ଘରେ ନୂଆଖାଇ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଶୋଭାଗିନୀ ଖୁସି ମନରେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ। ଗାଧୋଇ ସାରିବା ପରେ ନୂଆ ଡ୍ରେସ ପିନ୍ଧି ପିଠାପଣା ଖାଇ ସାଙ୍ଗଙ୍କ ସହ ମଜାମସ୍ତି କରିଥାନ୍ତେ। ମାତ୍ର ତାଙ୍କ ଆଶା ପୂରଣ ହୋଇପାରିଲାନି। 

Advertisment

ବହୁ ସମୟ ପର୍ଯ୍ୟନ୍ତ ଝିଅ ନ ଫେରିବାରୁ ପରିବାର ଲୋକେ ପୋଖରୀ ନିକଟକୁ ଯାଇଥିଲେ। ସେଠାରେ ଝିଅ କୂଳ ନିକଟରେ ପାଣିରେ ମୁହଁ ମାଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପରିବାର ଲୋକେ ଅଚେତ ଅବସ୍ଥାରେ ଝିଅକୁ ରେଢ଼ାଖୋଲ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶୋଭାଗିନୀଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଥିବା ବେଳେ ଗାଁ ଲୋକେ ବି ଏହାକୁ ସହଜେ ବିଶ୍ୱାସ କରି ପାରୁ ନାହାନ୍ତି।

Drown Case Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe