Minor Girl
ଗରମ ଡାଲିରେ ପଡ଼ି ୮ ଦିନ ହେଲା ମେଡିକାଲ ବେଡରେ ଛଟପଟ ହେଉଥିବା ଶିଶୁ କନ୍ୟା ଶେଷରେ ଆଖି ବୁଜିଛି। ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତା ନାବାଳିକା ଗଜପତି ଜିଲ୍ଲା ମୋହନା ବ୍ଲକର ବୋଲି ଜଣାପଡ଼ିଛି।
ଗତ ୧୬ ତାରିଖ ସନ୍ଧ୍ୟାରେ ଦମାଦୁଆ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଥିଲା । ରୋଷେୟା ନମିତା ମଲ୍ଲିକ ନିଜ ୫ ବର୍ଷର ଝିଅକୁ ନେଇ ଆଶ୍ରମ ବିଦ୍ୟାଳୟକୁ ରୋଷେଇ କରିବାକୁ ଯାଇଥିଲେ । ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଗରମ ଡାଲିରେ ପଡିଯାଇଥିଲା।
ଗୁରୁତର ଅବସ୍ଥାରେ ପରିବାର ଲୋକେ ତାକୁ ପ୍ରଥମେ ମୋହନା ଓ ପରେ କଟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି କଟକ ମେଡ଼ିକାଲରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us