Advertisment

ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ପୋଡ଼ିଗଲେ ନାବାଳିକା

ନାବାଳିକା ଜଣଙ୍କ ପରିବାର ସହ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ।

author-image
Tapaswini Nayak
Puri

Puri

ଦୀପରୁ ନିଆଁ ଲାଗି ଜଣେ ନାବାଳିକା ପୋଡ଼ି ଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଘଟଣ ଘଟିଛି ପୁରୀ ଶ୍ରୀମନ୍ଦିରରେ। ଆହତ ନାବାଳିକାଙ୍କ ଘର ହାଇଦ୍ରାବାଦ ଅଞ୍ଚଳରେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ନାବାଳିକା ଜଣଙ୍କ ପରିବାର ସହ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ। ଶ୍ରୀମନ୍ଦିର ସାତପାହାଚ ନିକଟରେ ଲାଗିଥିବା ଦୀପରୁ ନିଆଁ   ତାଙ୍କ ଡ୍ରେସରେ ଲାଗି ଶରୀର କିଛି ଅଂଶ ପୋଡ଼ି ଯାଇଥିଲା। ପରିବାର ଲୋକେ ଓ  ସେଠାରେ ଉପସ୍ଥିତ ଅନ୍ୟ ଭକ୍ତମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇ ଦେଇଥିଲେ। ପରେ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ନୂଆବର୍ଷ ଯେତିକି ଯେତିକି ପାଖେଇ ଆସୁଛି, ପୁରୀରେ ଗହଳି ସେତିକି ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଛି ଶ୍ରୀକ୍ଷେତ୍ରରେ। ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment
Puri Shreemandir Puri