Advertisment

ଖୁଦୁରୁକୁଣୀ ଓଷାରେ ଅଘଟଣ: ବାଲୁକା ପୂଜା କରିବାକୁ ଯାଇ ନଦୀରେ ବୁଡ଼ିଗଲେ ନାବାଳିକା

ନାବାଳିକା ଜଣଙ୍କ ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଛି।

Missing

Missing

Advertisment

ଆଜିଠାରୁ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ଖୁଦୁରୁକୁଣୀ ଓଷା କରୁଥିବା ଜଣେ ନାବାଳିକା ସକାଳର ବାଲୁକା ପୂଜା କରିବାକୁ ଅଠରବାଙ୍କୀ ନଦୀକୁ ଯାଇଥିବା ବେଳେ ବୁଡ଼ି ଯାଇଛନ୍ତି। ସେ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବାକୁ ସ୍ଥାନୀୟ ପୁଲିସ ପ୍ରୟାସ କରୁଛି।

Advertisment

ନିଖୋଜ ନାବାଳିକାଙ୍କ ନାଁ ଆରତି ମଲିକ। ସେ ନବମ ଶ୍ରେଣୀରେ ପଢ଼ନ୍ତି। ସେ ପାରାଦୀପ ସବ୍‌ଷ୍ଟେସନ ବୃନ୍ଦାବନ କଲୋନୀର ବାସିନ୍ଦା। ଆଜି ସକାଳେ ଏହି କଲୋନୀର ପ୍ରାୟ ୫ ଜଣ ଝିଅ ସାଙ୍ଗ ହୋଇ ଅଠରବାଙ୍କୀ ନଦୀକୁ ଗାଧୋଇବାକୁ ତଥା ବାଲୁକା ପୂଜା କରିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଆରତି ମଧ୍ୟ ଥିଲେ। ସେମାନେ ସମସ୍ତେ ନଦୀରେ ଗାଧୋଉ ଥିବା ବେଳେ ଆରତି ନଦୀରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ମମତା ମଣ୍ଡଳ ନାମ୍ନୀ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ନିଖୋଜ ଆରତି ମଳିକ ଓ ଆଉ କିଛି ଝିଅ ଆଜି ଏଠାକୁ ଓଷା କରିବାକୁ ଆସିଥିଲେ। ସେମାନଙ୍କ ସହିତ ଆରତିଙ୍କ ବଡ଼ ମା’ ବି ଥିଲେ। ସେମାନେ ଗାଧୋଉଥିବା ବେଳେ ଆରତି ବୁଡ଼ି ଯାଇଥିଲେ। ତାଙ୍କ ବଡ଼ ମା’ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ବି ବୁଡ଼ି ଯାଇଥିଲେ। ହେଲେ ସେଠାରେ ଥିବା ଜଣେ ପିଲା ତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ଆରତିଙ୍କର ପତ୍ତା ମିଳି ନଥିଲା।

Advertisment
Missing Child Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe