Advertisment

ଚଳନ୍ତା ବୁଲେଟରେ ଛିଣ୍ଡି ଗଲା ନାବାଳିକାର ହାତ; ନେଇ ପଳାଇଲା କୁକୁର

ଗତକାଲି ଅଞ୍ଜଳି ବାପାମା’ଙ୍କ ସହ ବୁଲେଟରେ ବିବାହ ଭୋଜିରୁ ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Anjali

Anjali

Advertisment

ଚଳନ୍ତା ବୁଲେଟରେ ପଶି ଛିଣ୍ଡି ଗଲା ନାବାଳିକାର ହାତ। ଛିଣ୍ଡି ଯାଇ ଥିବା ହାତକୁ ନେଇ ପଳାଇଲା କୁକୁର। ଏପରି ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନ୍‌ଏଚ୍ ୨୬ର ଗାଁ ନିକଟ ପେଟ୍ରୋଲପମ୍ପ୍ ସାମ୍ନାରେ। ଆହତ ନାବାଳିକା ଅଞ୍ଜଳି ସାହୁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଅଞ୍ଜଳି ବାପାମା’ଙ୍କ ସହ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଗତକାଲି ବାପାଙ୍କ ବୁଲେଟରେ ଅଞ୍ଜଳି ଓ ତାଙ୍କ ମା’ ଘରକୁ ଫେରୁଥିଲେ। ଅଞ୍ଜଳି ନିଜର ସ୍କାର୍ପକୁ ହାତରେ ଧରିଥିଲେ। ଅସାବଧାନ କାରଣରୁ ସ୍କାର୍ପଟି ଗାଡ଼ି ଚକାତଳେ ପଶିଯାଇଥିଲା। ଅଞ୍ଜଳି ସ୍କାର୍ପଟିକୁ ଗାଡ଼ି ଚକା ତଳୁ କାଢ଼ିବା ସମୟରେ ତାଙ୍କ ହାତ ପଶିଯାଇଥିଲା। ଅଞ୍ଜଳିଙ୍କ ଡାହାଣ ହାତ ଛିଣ୍ଡି ତଳେ ପଡ଼ି ଯାଇଥିଲା।

ସେଠାରେ ବୁଲୁଥିବା ବୁଲା କୁକୁର ଅଞ୍ଜଳିଙ୍କ ଅଧ ଖଣ୍ଡିଆ ହାତ ନେଇ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି କୁକୁରକୁ ଗୋଡ଼ାଇ  ଅଧ ଖଣ୍ଡିଆ ହାତକୁ ଆଣିଥିଲେ। ଅଞ୍ଜଳିଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

Advertisment

ଅଞ୍ଜଳିଙ୍କ ଘର ଜୟପାଟଣା ଥାନା ମଙ୍ଗଳପୁର ଗାଁରେ ହୋଇଥିବା ବେଳେ ସେମାନେ କେସିଙ୍ଗା ବ୍ଲକ୍ ବାଲସି ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ।

Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe