Advertisment

ବ୍ୟବସାୟୀଙ୍କ ଗ୍ୟାରେଜକୁ ବୋମାମାଡ଼; ଦାମୀ ଗାଡ଼ି ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ନିଆଁରେ ଗ୍ୟାରେଜରେ ଥିବା ୨ ଦୁଇଟି ଦାମୀ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଅଦ୍ୟତନ ହୋଇଛି
Fire

Fire

Advertisment

ଜଣେ ବ୍ୟବସାୟୀଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗ୍ୟାରେଜରେ ଥିବା ୨ ଦୁଇଟି ଦାମୀ ଗାଡ଼ି ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗରର ସାଇବିହାର ଲେନରେ ରହୁଥିବା ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡ଼ ଶବ୍ଦ ଶୁଣି ସରୋଜଙ୍କ ପରିବାର ଲୋକ ବାହାରକୁ ପଳାଇ ଆସିଥିଲେ। ଗ୍ୟାରେଜରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ।

ପରେ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ବୋମାମାଡ଼ର ପ୍ରକୃତ କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Fire Breakout Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe