Advertisment

ଘର ବାରଣ୍ଡାରୁ ନିଖୋଜ, ଦେଢ଼ କିମି ଦୂର ପୋଖରୀରୁ ମିଳିଲା ମୃତଦେହ

ରିତ୍ୱିକ ଗତକାଲି ସନ୍ଧ୍ୟାରେ ନିଜ ଘର ଦାଣ୍ଡରେ ଖେଳିବା ସହ ମୋବାଇଲ ଦେଖୁଥିଲା। ମାତ୍ର କିଛି ସମୟ ପରେ ସେଠାରେ ପିଲାଟି ନ ଥିବା ପରିବାର ଲୋକେ ଦେଖିଥିଲେ।

author-image
Niharika Rout
child

child

ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍‌ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପୋଖରୀରୁ ମିଳିଲା ମୃତଦେହ। ଏପରି ଏକ ରହସ୍ୟଜନକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି। ମୃତ ଶିଶୁ ହେଲେ ଅରୁଣ ଜେନାଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ।

Advertisment

ରିତ୍ୱିକ ଗତକାଲି ସନ୍ଧ୍ୟାରେ ନିଜ ଘର ଦାଣ୍ଡରେ ଖେଳିବା ସହ ମୋବାଇଲ ଦେଖୁଥିଲା। ମାତ୍ର କିଛି ସମୟ ପରେ ସେଠାରେ ପିଲାଟି ନ ଥିବା ପରିବାର ଲୋକେ ଦେଖିଥିଲେ। ଏହାପରେ ଚାରିଆଡ଼େ ଖୋଜାଖୋଜି କଲେ ବି ପାଇ ନ ଥିଲେ। ଶେଷରେ ସେମାନେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ସକାଳୁ ଘରଠୁ ପ୍ରାୟ ଦେଢ କିମି ଦୂର ଏକ ପରିତ୍ୟକ୍ତ ପୋଖରୀରେ ରିତ୍ୱିକଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇ ପୁଲିସ୍‌ ଓ ପରିବାର ଲୋକେ ପହଞ୍ଚିଥିଲେ। ରିତ୍ୱିକଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ତେବେ ଏକ ଶିଶୁଟି କିପରି ଦେଢ଼ କିମି ଦୂର ପୋଖରୀରେ ପହଞ୍ଚିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Balasore Missing Child Deadbody