Advertisment

ନଦୀ କୂଳରୁ ବ୍ୟକ୍ତି ଉଭାନ; ଖୋଜି ଖୋଜି ପ୍ରଶାସନ ନାକେଦମ, ୨ ଦିନ ପରେ ଫେରିଲେ

ଉଦ୍ଧାରକାରୀ ବି ଖୋଜି ଖୋଜି ନାକେଦମ ହେଲେ, କିନ୍ତୁ ପତ୍ତା ପାଇଲେ ନାହିଁ । ଇତି ମଧ୍ୟରେ ଦୁଇ ଦିନ ବିତିଯିବା ପରେ ବ୍ୟକ୍ତିଜଣକ ପୁଣି ଗାଁକୁ ଫେରିଲେ।

Missing Person

Missing Person

Advertisment

ନିଖୋଜ ହେବାପରେ ଲୋକେ ଭାବିଲେ କୁମ୍ଭୀର ଟାଣିନେଲା। ଉଦ୍ଧାରକାରୀ ବି ଖୋଜି ଖୋଜି ନାକେଦମ ହେଲେ, କିନ୍ତୁ ପତ୍ତା ପାଇଲେ ନାହିଁ । ଇତି ମଧ୍ୟରେ ଦୁଇ ଦିନ ବିତିଯିବା ପରେ ବ୍ୟକ୍ତିଜଣକ ପୁଣି ଗାଁକୁ ଫେରିଲେ। ଫଳରେ କାନ୍ଦ ବୋବାଳି ପଡ଼ିଥିବା ପରିବାରରେ ଏବେ ହସଖୁସିର ମାହୋଲ ଦେଖିବାକୁ ମିଳିଛି। ଏପରି ଏକ ଘଟଣା କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମରେ ଘଟିଛି। ନିଖୋଜ ଥାଇ ପରେ ଘର ବାହୁଡ଼ା କରିଥିବା ଯୁବକଜଣକ ହେଲେ ୪୭ ବର୍ଷୀୟ ବିକ୍ରାନ୍ତ ମଲିକ ।

Advertisment

ବିକ୍ରାନ୍ତ ହରିୟାଣାରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରନ୍ତି। କିଛି ଦିନ ପୂର୍ବେ ସେ ଘରକୁ ଫେରିଥିଲେ। ଗତ ୧୮ ତାରିଖ ସକାଳେ ବ୍ରାହ୍ମଣୀ ନଦୀ କୂଳରେ ତାଙ୍କ ଗାମୁଛା, ଚପଲ ଓ ବାଇକ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। ମାତ୍ର କୌଣସି ଖୋଜ ଖବର ନ ମିଳିବାରୁ କୁମ୍ଭୀର ଟାଣିନେଇଥିବା ସନ୍ଦେହ ବଢିଥିଲା ।

ପରିବାର ଲୋକେ ଓ ଗ୍ରାମବାସୀ ଆଶଙ୍କା ପ୍ରକାଶ କରି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଓ ଓଡ୍ରାଫ ଟିମ ନଦୀ ଭିତରେ ଖୋଜିଥିଲେ ମଧ୍ୟ ସନ୍ଧ୍ୟା ଯାଏଁ ବିକ୍ରାନ୍ତର କୌଣସି ପତ୍ତା ମିଳିପାରି ନଥିଲା।

Advertisment

କିନ୍ତୁ ୨ ଦିନ ପରେ ସେ ଘରକୁ ଫେରିଲେ। ବିକ୍ରାନ୍ତଙ୍କୁ ଦେଖି ପରିବାର ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତେବେ ଘରକୁ ଫେରିବା ପରେ ବିକ୍ରାନ୍ତ  କହିଛନ୍ତି ଯେ, ମୁଁ ଲୁଧିଆନାରେ ପ୍ରାୟ ୨୫ ବର୍ଷ ହେବ ଚାକିରି କରୁଛି। ଏହାପରେ ସେଠାରେ ଜଣେ ବାବାଙ୍କ ନିକଟକୁ ଯାଇଥିଲି। ବାବାଜଣକ କହିଥିଲେ, ୨୦୨୩ ତୁମର ଶେଷ । ଏହାର ପ୍ରତିକାର ନିମନ୍ତେ ନଦୀ ପାଣିରେ ଗାଧୋଇବ, ଅଶ୍ୱସ୍ତ ଗଛ ମୂଳେ ପାଣି ଢାଳିବ, ୧୦୦୧ ଥର ମନ୍ତ୍ର ପଢ଼ିବାକୁ ସେ କହିଥିଲେ। ।

ଏହାପରେ ମୁଁ ଗାଁକୁ ଫେତ ସକାଳୁ ନଦୀକୁ ଯାଇ ସେଠାରେ ଗାଧୋଇଲି। ପାଣି ଢାଳିଲି। କିନ୍ତୁ ମନ୍ତ୍ରୀ ବେଶି ଥର ପଢ଼ି ପାରିଲିନି। ଏହାପରେ କ’ଣ କରୁଛି ଜାଣି ପାଲିଲିନି । ଡ୍ରେସ ପିନ୍ଧି ଚାଲି ଚାଲି କଟକରେ ପହଞ୍ଚିଲି। ସେଠାରେ ଦିନ ସାରା ବୁଲିବା ପରେ ସନ୍ଧ୍ୟା ବେଳକୁ ଷ୍ଟେଶନରେ ଶୋଇଲି। ଏହାପରେ ଉଠି ଘରକୁ ଫୋନ୍‌ କଲି। ଘରେ କାନ୍ଦ ବୋବାଳି ପଡ଼ିଥିବା ଜାଣି ଏହାପରେ କାର୍ ଭଡ଼ାକ କରି ଗାଁରେ ପହଞ୍ଚିଲି ବୋଲି କହିଛନ୍ତି ବିକ୍ରାନ୍ତ।

ଏଥିସହ ମୋ ପାଇଁ ପ୍ରଶାସନ ଓ ଦମକଳ ବାହିନୀ ନାକେଦମ ହୋଇଥିବାରୁ ସେମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।

 ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ଧରି ପଞ୍ଜାବରେ ରହୁଥିବା ବିକ୍ରାନ୍ତ ଋଣ ନେଇ ଆଉ ସୁଝି ପାରିନାହାନ୍ତି। ତେଣୁ ଏପରି କରିଥିବା ଶୁଣିବାକୁ ମିଳୁଛି। 

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe