କାର୍କୁ ଧକ୍କା ମୋ ବସ୍। ଦୁର୍ଘଟଣାରେ କାହାର କିଛି କ୍ଷତି ଘଟିନାହିଁ। କଟକ ଜିଲ୍ଲା ବାରଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି।
ଆଜି ସକାଳେ ଏକ କାର୍ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ ବସ୍ କାର୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ମୋ ବସ୍କୁ ଅଟକ ରଖିଥିଲେ। ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Also Read
ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ମୋ ବସ୍ ଓ କାର୍ ଜବତ କରି ଥାନା ନେଇଥିଲା। ହେଲେ ମୋ ବସ୍ରେ କଟକ ଯାଉଥିବା ଯାତ୍ରୀମାନେ ଅଧାବାଟରେ ହଟହଟ ହୋଇଥିଲେ। ଦୁର୍ଘଟଣାରେ କାର୍ର ପଛ ଅଂଶଟି ଭାଙ୍ଗିରୁଜି ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Accident
ଧାନ ଅମଳ ମେସିନ୍ ଓଲଟି ପଡ଼ିଲା, ଦୁଇ ଭଉଣୀଙ୍କ ମୃତ୍ୟୁ
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା। ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା। ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା।
Accident
ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ; ଜଳିଗଲେ ପତ୍ନୀ, ସରପଞ୍ଚ ଗୁରୁତର
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Accident
ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ିଲା ଦନ୍ତା; ମୃତଦେହ ଛାଡ଼ୁ ନାହାନ୍ତି ଗ୍ରାମବାସୀ
ରାତି ଅଧରେ ଜଙ୍ଗଲ ମଝିରେ ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ଦନ୍ତା ଗୋଡ଼ାଇ ଗୋଡ଼ାଇ କଚାଡ଼ି ଜୀବନ ନେଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରି ସ୍ଥାନୀୟ ଲୋକେ ରାତି ସାରା ମୃତଦେହକୁ ଜଗି ବସିଛନ୍ତି।
Accident
ଅଟୋ-ବାଇକ୍ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍ରେ
ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।