Advertisment

ଅଟୋକୁ ପିଟିଲା ମୋ ବସ୍, ୩ ଗୁରୁତର

ସିଟି ବସ୍‌ଟି ମାଷ୍ଟରକ୍ୟାଣ୍ଟିନ- ନୂଆଗଁ ଅଭିମୁଖେ ଯାଉଥିବା ବେଳେ ଗ୍ୟାରେଜ ଛକରେ ସାମନାରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ୩ ଥର ଓଲଟି ପଡ଼ିଥିଲା ।

author-image
Niharika Rout
Accident

Accident

ରାଜଧାନୀରେ ଅଟୋକୁ ଧକ୍କା ଦେଲା ମୋ ବସ୍ । ଏହି ଦୁର୍ଘଟଣାରେ ଅଟୋରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଲିଙ୍ଗରାଜ ଥାନା ଅଞ୍ଚଳର ଗ୍ୟାରେଜ ଛକରେ ଏହି ଦୁର୍ଘଟଣା ହୋଇଛି ।

Advertisment

ସିଟି ବସ୍‌ଟି ମାଷ୍ଟରକ୍ୟାଣ୍ଟିନ- ନୂଆଗଁ ଅଭିମୁଖେ ଯାଉଥିବା ବେଳେ ଗ୍ୟାରେଜ ଛକରେ ସାମନାରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ୩ ଥର ଓଲଟି ପଡ଼ିଥିଲା । ଅଟୋରେ ଥିବା ୩ ଜଣ ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଉକ୍ତ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।

ଏହି ଘଟଣାକୁ କେନ୍ଦ୍ର କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ୍‌ ବସ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।

Advertisment

ମୋ’ ବସ୍‌ ବାରମ୍ବାର ଏପରି ଦୁର୍ଘଟଣା ଘଟାଉଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ରାସ୍ତାରେ ସିଟି ବସ୍‌ ଓହ୍ଲାଇ ଦେବେନି ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ବରିଷ୍ଠ ପୁଲିସ୍ ଅଧିକାରୀ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାଶୁଝା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

Road Accident Mo Bus