Advertisment

ନାଳକୁ ଖସିଲା ‘ମୋ ବସ୍‌’

ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଆସୁଥିଲା

ଅଦ୍ୟତନ ହୋଇଛି
Mo Bus

Mo Bus

Advertisment

ଭୁବନେଶ୍ୱର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସି ପଡ଼ିଛି ଏକ ‘ମୋ ବସ୍’। ଆଜି ଅପରାହ୍ଣରେ ବସ୍‌ଟି
ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

Advertisment

ରାସ୍ତାରୁ ପ୍ରାୟ ୧୦ ଫୁଟ ତଳକୁ ଖସି ପଡ଼ିଥିଲା ବସ୍‌ଟି। ଫଳରେ ବସରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ଆହତମାନଙ୍କୁ ବିଭିନ୍ନ ଗାଡିରେ ଖୋର୍ଦ୍ଧା ଡାକ୍ତରଖାନାକୁ ପଠା ଯାଇଥିଲା। କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। 

ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ଓ ସ୍ଥାନୀୟ ଲୋକେ। ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ସେମାନେ କହିଛନ୍ତି। ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ବେଳେ ସାମ୍ନା ପଟୁ ଏକ ଅଟୋ ଚାଲିଆସିଥିଲା। ଫଳରେ ବସ୍ ଡ୍ରାଇଭର ଭାରାସାମ୍ୟ ହରାଇବାରୁ ଗାଡିଟି ନାଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲେ ବୋଲି ସୂଚନା ମିଳିଛି।

Advertisment
Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe