Advertisment

ମହିଳା ଯାତ୍ରୀଙ୍କୁ ଚାପି ଦେଲା ‘ମୋ ବସ୍‌’

କଟକରେ ଘଟିଛି ଏହି ଦୁର୍ଘଟଣା।

author-image
Jitendra Garnayak
ଅଦ୍ୟତନ ହୋଇଛି
Mo Bus

Mo Bus

‘ମୋ ବସ୍‌’ ଚକା ତଳେ ଗଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ। ଆଜି ସନ୍ଧ୍ୟାରେ କଟକର ନେତାଜୀ ବସ୍ ଟର୍ମିନାଲରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସରସ୍ୱତୀ ଗୋଛାୟତ। ତାଙ୍କ ଘର କଟକ ସିଡିଏରେ। 

Advertisment

ମୃତ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣ ଗୋଛାୟତ କହିଛନ୍ତି ଯେ, ସେ ଓ ତାଙ୍କ ପତ୍ନୀ ଗୋପାଳପୁର ସ୍ଥିତ ସେମାନଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟାରେ ସିଡିଏରୁ ମୋ ବସ୍‌ରେ ଚଢ଼ିଥିଲେ। ସେମାନେ ନେତାଜୀ ବସ୍ ଟର୍ମିନାଲରେ ଓହ୍ଲାଇଥିଲେ। ତେବେ ସେମାନେ ବସ୍‌ରୁ ଓହ୍ଲାଉଥିବା ବେଳେ ହଠାତ ତାହା ଗଡ଼ିବାକୁ ଆରମ୍ଭ କରିଥିଲା। ଫଳରେ ତାଙ୍କ ପତ୍ନୀ ବସ୍‌ରୁ ଖସିପଡ଼ିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ପାଟି କରିଥିଲେ। କିନ୍ତୁ ଦେଖୁ ଦେଖୁ ବସ୍‌ଟି ତାଙ୍କ ପତ୍ନୀଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଲକ୍ଷ୍ମଣ ଗୋଛାୟତ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପାଇଁ ଉକ୍ତ ମୋ ବସ୍‌ର ଡ୍ରାଇଭର ହିଁ ଦାୟୀ। ସେ ନିଶାସକ୍ତ ଅବସ୍ଥାରେ ଥିଲେ। ତାଙ୍କ ପରିବାର ନ୍ୟାୟ ଚାହୁଁଛି ବୋଲି ସେ କହିଛନ୍ତି। 

Advertisment
Accident Mo Bus