Advertisment

କାର୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୫ ଜୀବନ

ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ୫ ଯୁବକଙ୍କ ଜୀବନ ଯାଇଛି।

author-image
Niharika Rout
Accident

Accident

ପଞ୍ଜାବର ମୋଗା ଜିଲ୍ଲାରେ ଆଜି ଭୋରୁ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟି ୫ ଯୁବକଙ୍କ ଜୀବନ ଯାଇଛି।

Advertisment

ମୋଗା ଜିଲ୍ଲାର କଡାହେୱାଲା ଗାଁ ନିକଟରେ ଆଜି ଭୋର ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ କାର୍‌ ଓ ଧାନ ଭର୍ତ୍ତି ଏକ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ରେ ଥିବା ୫ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିବା ବେଳେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଯୁବକମାନଙ୍କ ଚିହ୍ନଟ କରାଯାଇ ନ ଥିବା ବେଳେ ସେମାନେ ଦିଲ୍ଲୀ ବାସିନ୍ଦା ବୋଲି ଅନୁମାନ କରାଯାଉଛ। କାରଣ କାର୍‌ଟି ଦିଲ୍ଲୀ ନଂ ବିଶିଷ୍ଟ ହୋଇଥିବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି।

Advertisment
Roadaccident Punjab