କାଳବୈଶାଖୀରେ ୧୫ରୁ ଅଧିକ ଘର ଭାଙ୍ଗି ଯାଇଛି

ଦୁଇଟି ପଞ୍ଚାୟତରେ ପାଖାପାଖି ୧୫ରୁ ଅଧିକ ଘର ଭାଙ୍ଗି ଯାଇଛି।

Kalbaisakhi

ଗଛ ପଡ଼ି ଘର ଭାଙ୍ଗି ଯାଇଛି

Biswajit Samal
  • Published: Tuesday, 14 May 2024
  • , Updated: 14 May 2024, 05:24 PM IST

କାଳବୈଶାଖୀ ସହ ଅଦିନିଆଁ ବର୍ଷା ଯୋଗୁ ଗଛ ପଡ଼ି ବହୁ ଘର ଭାଙ୍ଗି ଯାଇଛି। ଅନେକ ଲୋକ ନିଜ ଘରୁ ବେଘର ହୋଇ ଯାଇଛନ୍ତି। ୧୫ରରୁ ଅଧିକ ଘର ଭାଙ୍ଗିଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ।

ଶନିବାର, ରିବିବାର ଓ ସୋମବାର ତିନି ଦିନ ଧରି କାଳବୈଶାଖୀ ହେବା ଫଳରେ କୁଚିଣ୍ଡା ବ୍ଲକର କୁସୁମୀ ଗ୍ରାମ ପଞ୍ଚାୟତ ଅଧିନ ଅଁଳାପୋଷ, ବଣ୍ଡାବାହାଲ, କୁସୁମୀ ଓ ସାହ୍ଲେଭାଡ଼ି ଗ୍ରାମ ପଞ୍ଚାୟତର ଅଧିନରେ ଥିବା ଅନେକ ଘର ଭାଙ୍ଗି ଯାଇଛି। ଦୁଇଟି ପଞ୍ଚାୟତରେ ପାଖାପାଖି ୧୫ରୁ ଅଧିକ ଘର ଭାଙ୍ଗି ଯାଇଛି। ଲୋମାନେ ଏଣେ ତେଣେ ରହୁଛନ୍ତି।

ଦମୟନ୍ତୀ ସେଠୀ କହିଛନ୍ତି, ମୋର ସ୍ୱାମୀ ଅନେକ ଦିନ ହେବ ଚାଲିଯାଇଛନ୍ତି। ମୁଁ ମୋର ଦୁଇ ପୁଅ ଓ ଶାସୁଙ୍କୁ ନେଇ ରହେ। ବହୁ କଷ୍ଟି କରି ଖଣ୍ଡିଏ ଆଜବେଷ୍ଟଜ ଘର କରିଥିଲି। ହେଲେ ବର୍ଷା ପବନରେ ଗଛ ପଡ଼ି ସେଇ ଘର ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। ଆଉ ଥରେ ଘର କରିବା ମୋ ପକ୍ଷରେ ସମ୍ଭବପର ନୁହେଁ। ସରକାରୀ ସହାୟତା ମିଳିଲେ ଘରକରିପାରିବି।

ସେଇଭଳି ବଣ୍ଡାବାହାଲ ଓ ଅଁଳାପୋଷ ଗାଁରେ ଅନେକ ଲୋକଙ୍କ ଘର ଗଛ ପଡ଼ି ନଷ୍ଟ ହୋଇଯାଇଛି। ସେମାନେ ନିଜର ପିଲା ଛୁଆଙ୍କୁ ନେଇ ଗଛ ତଳେ ରହୁଛନ୍ତି ତ ଆଉ କିଛି ଲୋକ କାହାର ପିଣ୍ଡାରେ ରହୁଛନ୍ତି।

ଆଜି ସକାଳେ କ୍ଷତିଗ୍ରସ୍ତ ଆକଳନ ପାଇଁ କୁସୁମୀ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ବୁଲି ଘଟଣାର ଅନୁଧ୍ୟାନ କରିଛନ୍ତି।

Related story