Advertisment

୨୫୦ ମିଟର ତଳକୁ ଖସିଲା ବସ୍‌; ୩୬ ମୃତ, ୨୫ରୁ ଅଧିକ ଆହତ

ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଥିଲା।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ଜମ୍ମୁ- କଶ୍ମୀରରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପ୍ରାୟ ୨୫୦ ମିଟର ତଳକୁ ଏକ ଯାତ୍ରୀବାହୀ ବସ୍‌ ଖସିଯିବାରୁ ପ୍ରାୟ ୩୬ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଜମ୍ମୁ- କଶ୍ମୀରର କିଶତୱାଡରୁ ଜମ୍ମୁ ଅଭିମୁଖେ ଯାଉଥିବା ବସ୍‌ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ବସ୍‌ଟି ଡୋଡା ଜିଲ୍ଲାର ଡୁଙ୍ଗଲ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପ୍ରାୟ ୨୫୦ ମିଟର ଖାଇକୁ ଖସି ପଡ଼ିଥିଲା।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୁର୍ଘଟଣାସ୍ଥଳରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ବାହାର କରି ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏଥିସହ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। 

Advertisment
Jammu Kashmir Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe