ଦୁର୍ଘଟଣାଗ୍ରସ୍ତ ବସ୍ Photograph: (OR)
ଅଳ୍ପକେ ଟଳିଗଲା ବଡ଼ ଅଘଟଣ। ବର୍ତ୍ତିଗଲେ ୩୦ରୁ ଅଧିକ ବସ୍ଯାତ୍ରୀ। କେନ୍ଦୁଝର ଜିଲ୍ଲାରେ ରବିବାର ଘଟିଛି ଏହି ଘଟଣା।
ଅମ୍ବିକା ନାମରେ ଏକ ଘରୋଇ ବସ୍ କେନ୍ଦୁଝରରୁ ବଡ଼ବିଲ ଅଭିମୁଖେ ଯାଉଥିଲା। ୫୨୦ ନମ୍ବର ଜାତୀୟ ରାଜପଥର କଣ୍ଡ୍ରା ଟୋଲ୍ ପ୍ଲାଜା ପୂର୍ବରୁ ହଠାତ୍ ବସ୍ଟି ନିୟନ୍ତ୍ରଣ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇଥିଲା ଓ ସୌଭାଗ୍ୟବଶତଃ ସେଇଠି ଅଟକି ଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା। ବସ୍ର ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଷ୍ଟିୟରିଂରେ କିଛି ସମସ୍ୟା ହେବାରୁ ଏଭଳି ଏକ ଘଟଣା ଘଟିଗଲା ବୋଲି ଜଣାପଡ଼ିଛି।
/filters:format(webp)/odisha-reporter/media/media_files/2025/09/28/car-accident-2025-09-28-17-11-56.jpg)
ଅନ୍ୟପକ୍ଷରେ ଆଜି ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଓଭରବ୍ରିଜ ଉପରେ ଏକ ସିରିଜ ଦୁର୍ଘଟଣା (Accident) ଘଟିଛି। ଏକ କଂକ୍ରିଟ ମିକ୍ସର ଟ୍ରକ୍ ଦୁଇଟି କାରକୁ ପଛରୁ ପିଟିଛି। ଗାଡ଼ି ଦୁଇଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଭୟ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି ହୋଇନି। ବେପରୁଆ ଗାଡ଼ି ଚାଳନା ଯୋଗୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇତିବା ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ଏହି ଦୁର୍ଘଟଣା ପରେ ବେଶ୍ କିଛି ସମୟ ପାଇଁ ଓଭରବ୍ରିଜ୍ ଉପରେ ଶହ ଶହ ଗାଡ଼ି ଅଟକି ରହିଥିଲେ।
ସେହିପରି ଆଜି ବରଗଡ଼ ସହରର ଗୁରୁଦ୍ୱାର ଛକରେ ଏକ ହାଇୱା ଏକ ସ୍କୁଟି ଉପରେ ମାଡ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଟାଉନ ଥାନା ପୁଲିସ ହାଇୱାଟିକୁ ଅଟକ ରଖିଛି।
ସୂଚନାଯୋଗ୍ୟ, ତିନି ଦିନ ତଳେ ୫୨୦ ନମ୍ବର ଜାତୀୟ ରାଜପଥରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନାଠାରୁ ମାତ୍ର କିଛି ଦୂରରେ ରଙ୍ଗରୁଟ୍ରେ ଯାଉଥିବା ଏକ ଯାତ୍ରୀବାହୀ ବସ୍କୁ ଲୁହାପଥର ବୋଝେଇ ଟ୍ରକ୍ଟିଏ ସାମ୍ନାରୁ ପିଟିବା ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/28/accident-2025-09-28-17-17-35.jpg)