Rescue Operation Underway In Morocco
ମରୋକ୍କୋ ଭୂକମ୍ପରେ ବୃଦ୍ଧି ପାଉଛି ମୃତ୍ୟୁସଂଖ୍ୟା। ଏଯାଏଁ 2,862 ଲୋକଙ୍କ ଜୀବନ ଯାଇ ସାରିଲାଣି। 25 ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏବେ ବି ଧ୍ୱଂସ ସ୍ତୁପ ତଳେ କିଛି ଲୋକ ଫସି ରହିଛନ୍ତି। ସନ୍ଧାନୀ କୁକୁର ସହାୟତାରେ ସେମାନଙ୍କୁ ଉଦ୍ଧାର ପାଇଁ ନିୟୋଜିତ କରାଯାଇଛି।
ଉଦ୍ଧାରକାରୀ ଟିମ୍, ପୁଲିସ ଓ ସୈନ୍ୟ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସୂଚନା ଅନୁସାରେ, ଗତ ଶୁକ୍ରବାର ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋର ଆଟଲାସ ଉପାନ୍ତ ପାହାଡିଆ ଅଞ୍ଚଳରେ 6.8 ତୀବ୍ରତାର ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ଲାଗିଥିଲା। ସ୍ଥାନୀୟ ସମୟ ରାତି ପ୍ରାୟ ୧୧ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ମରୋକ୍କୋର ରାଜଧାନୀ ରାବତଠାରୁ ୩୫୦କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଝଟକା ପରେ ରାବତଠାରୁ ଆରମ୍ଭ କରି ଐତିହାସିକ ମାରାକେଚ ଯାଏଁ ଲୋକମାନେ ଭୟରେ ଘରୁ ବାହାରି ରାସ୍ତାକୁ ଚାଲି ଆସିଥିଲେ। ହଜାର ହଜାର ଲୋକଙ୍କ ଜୀବନ ଆଉ ଜୀବିକା ଉଜୁଡି ଯାଇଛି। ବିଳମ୍ବିତ ରାତିରେ ଭୂକମ୍ପ ଝଟକା ଲାଗିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
