Advertisment

ବୁଡ଼ିଗଲେ ମା’,ଝିଅ

ଝିଅକୁ ବଞ୍ଚାଇବାକୁ ଯାଇ ମା’ ବି ବୁଡ଼ିଗଲେ।

Pond

Pond

Advertisment

କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ବାଲିଆ ଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକ ଦ୍ୱୟ ହେଉଛନ୍ତି ନମିତା ମାଝୀ ଓ ସୁମିତ୍ରା ମାଝୀ। ସେମାନଙ୍କ ଘର ହରଗଣ୍ଡା ଗାଁରେ।

ସନୁ ମାଝୀଙ୍କ ପତ୍ନୀ ନମିତା ମାଝୀ ଆଜି ତାଙ୍କର ଗୋଟିଏ ପୁଅ ଓ ଦୁଇ ଝିଅଙ୍କୁ ଧରି ବାଲିଆ ଗାଁକୁ ଯାଇଥିଲେ। ସେଠାରେ ସେମାନଙ୍କର ଚାଷ ଜମି ରହିଛି। ସେଠାରେ ସେମାନେ ଅଦା ଚାଷ କରିଛନ୍ତି।

Advertisment

ନମିତା ପୁଅଝିଅଙ୍କ ସହିତ ଅଦା ଖୋଳିବାକୁ ଯାଇଥିଲେ। ସେହି ସମୟରେ ସୁମିତ୍ରା ଓ ତାଙ୍କ ଭାଇ ଗାଧୋଇବାକୁ ପାଖ ପୋଖରୀକୁ ଯାଇଥିଲେ। ଗାଧୋଉଥିବା ବେଳେ ସୁମିତ୍ରା ପୋଖରୀରେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କ ଭାଇ ପାଟି କରିଥିଲେ ଓ ଦୌଡ଼ି ଯାଇ ତାଙ୍କ ମା’ଙ୍କୁ ଡାକିଥିଲେ।

ଝିଅ ବୁଡ଼ି ଯାଉଥିବା ଜାଣିବା ମାତ୍ରେ ମା’ ନମିତା ପୋଖରୀ ନିକଟକୁ ଦୌଡ଼ି ଯାଇଥିଲେ। କାଳବିଳମ୍ବ ନକରି ସେ ପୋଖରୀ ଭିତରକୁ ଚାଲିଯାଇଥିଲେ। ହେଲେ ସେ ଝିଅକୁ ଉଦ୍ଧାର କରିପାରିଲେ ନାହିଁ। ସେ ମଧ୍ୟ ପୋଖରୀରେ ବୁଡ଼ି ଯାଇଥିଲେ।

ଘଟଣା ସମ୍ପର୍କ ଗାଁ ଲୋକେ ଜାଣିବା ପରେ ନନ୍ଦପୁର ଅଗ୍ନିଶମ ବିଭାଗକୁ ଖବର ଡେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe