/odisha-reporter/media/post_attachments/uploadimage/library/16_9/16_9_0/Pond_1718354151.jpg)
Pond
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୂଜାରୀ ଭରଣ୍ଡି ଗାଁରେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ଗୀତା କଲାର (୩୨) ଓ କରିସ୍ମା କଲାର (୭)।
Advertisment
ଆଜି ସକାଳ ପ୍ରାୟ ୧୦ଟା ବେଳେ ଗୀତା ଓ ତାଙ୍କ ଝିଅ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସୂଚନା ଅନୁଯାୟୀ, ଗାଧୋଉଥିବା ବେଳେ କରିସ୍ମା ପ୍ରଥମେ ବୁଡ଼ି ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଗୀତା ମଧ୍ୟ ବୁଡ଼ି ଯାଇଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଗୀତା କଲାରଙ୍କ ସମ୍ପର୍କୀୟ ସୁପ୍ରସାଦ କଲାର କହିଛନ୍ତି ଯେ ତାଙ୍କ ଘରେ ବୋରୱେଲ ଅଛି। ତାଙ୍କ ଘରର କୌଣସି ମହିଳା କି ଛୁଆ ପୋଖରୀକୁ ଗାଧୋଇବାକୁ ଆସନ୍ତି ନାହିଁ। କେବଳ ପୁରୁଷ ସଦସ୍ୟମାନେ ଆସନ୍ତି। ଆଜି ସେମାନେ କେମିତି ଏଠାକୁ ଗାଧୋଇବାକୁ ଆସିଲେ କେଜାଣି।
Advertisment
ଉମରକୋଟରୁ ସନ୍ତୋଷ ଶତପଥୀଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
