ରାତିରେ ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା ହାତୀ। କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ହୋଇଛି। ତିନି ଝିଅ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଏହି ଅଘଟଣ ଘଟିଛି।
ମୃତକମାନେ ହେଲେ ମାଆ ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା। ଗୁରୁତରମାନଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି।
ଗତ ରାତିରେ ସୁକାନ୍ତି ଓ ତାଙ୍କ ଚାରି ସନ୍ତାନ ଘରେ ଶୋଇଥିଲେ। ଏହି ସମୟରେ ହାତୀ ପଲ ପଶି ଘର ଭାଙ୍ଗିଥିଲେ। ମାଟି କାନ୍ଥ ସୁକାନ୍ତି ତାଙ୍କ ଚାରି ସନ୍ତାନ ଉପରେ ପଡ଼ିଥିଲା। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ସୁକାନ୍ତି ଓ ତାଙ୍କ ଚାରି ସନ୍ତାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସୁକାନ୍ତି ଓ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ ଓ ସୁକାନ୍ତିଙ୍କ ୩ ଝିଅଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି। ସୁକାନ୍ତିଙ୍କ ସ୍ୱାମୀ ସପ୍ତାହେ ପୂର୍ବରୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।