Advertisment

ହାତୀ ଭାଙ୍ଗିଲା ଘର; କାନ୍ଥ ପଡ଼ି ମାଆ, ପୁଅ ମୃତ

ସୁକାନ୍ତିଙ୍କ ସ୍ୱାମୀ ସପ୍ତାହେ ପୂର୍ବରୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Death Person

Death Person

Advertisment

ରାତିରେ ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା ହାତୀ। କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ହୋଇଛି। ତିନି ଝିଅ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ଏହି ଅଘଟଣ ଘଟିଛି।

Advertisment

ମୃତକମାନେ ହେଲେ ମାଆ ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା। ଗୁରୁତରମାନଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି।

ଗତ ରାତିରେ ସୁକାନ୍ତି ଓ ତାଙ୍କ ଚାରି ସନ୍ତାନ ଘରେ ଶୋଇଥିଲେ। ଏହି ସମୟରେ ହାତୀ ପଲ ପଶି ଘର ଭାଙ୍ଗିଥିଲେ। ମାଟି କାନ୍ଥ ସୁକାନ୍ତି ତାଙ୍କ ଚାରି ସନ୍ତାନ ଉପରେ ପଡ଼ିଥିଲା। ଗ୍ରାମବାସୀ ପାଟି ଶୁଣି ଦୌଡ଼ି ଆସିଥିଲେ। ସୁକାନ୍ତି ଓ ତାଙ୍କ ଚାରି ସନ୍ତାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ସୁକାନ୍ତି ଓ ତାଙ୍କ ପୁଅକୁ ମୃତ ଘୋଷଣା କରିଥିଲେ ଓ ସୁକାନ୍ତିଙ୍କ ୩ ଝିଅଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। 

Advertisment

ମୃତ ସୁକାନ୍ତି ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି। ସୁକାନ୍ତିଙ୍କ ସ୍ୱାମୀ ସପ୍ତାହେ ପୂର୍ବରୁ ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିବା ସୂଚନା ମିଳିଛି। 

Elephant Attack Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe