Advertisment

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ମା’ପୁଅ ମୃତ, ବାପା ଗୁରୁତର

ଘଟଣାସ୍ଥଳରେ ମା’ର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର।

Accident

Accident

Advertisment

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଟ୍ରକ୍ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକ ଦ୍ୱୟ ହେଉଛନ୍ତି, ମନୀଷା ସାଓ ଏବଂ ତାଙ୍କର ୩ ବର୍ଷର ପୁଅ ହର୍ଷଦ ରାଠୋର। ମନୀଷାଙ୍କ ସ୍ୱାମୀ ରୋହିତ ରାଠୋରଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରୋହିତ ରାଠୋର କୌଣସି କାମରେ ବାଇକ୍‌ରେ ପତ୍ନୀ ମନୀଷା ଓ ପୁଅ ହର୍ଷଦଙ୍କୁ ଧରି ମେରାମୁଣ୍ଡଳୀରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ସେହି ସମୟରେ ବୁଢ଼ାପଙ୍କ ନିକଟରେ ଏକ ଟ୍ରକ୍ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା।

Advertisment

ମନୀଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ରୋହିତ ଓ ୩ ବର୍ଷର ଶିଶୁ ପୁତ୍ର ହର୍ଷଦଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ ସେଠାରେ ହର୍ଷଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଉଭୟ ଟ୍ରକ୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe