Advertisment

ଚାଷ ଜମିରେ ମାଆ ଓ ପୁଅଙ୍କ ମୃତ୍ୟୁ; ମେଡ଼ିକାଲ୍‌ରେ ଦିଅର

ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁର ସୂର୍ଯ୍ୟକାନ୍ତି ଖରସେଲ, ତାଙ୍କ ୧୮ ବର୍ଷୀୟ ପୁଅ ଦୀପକ ଖରସେଲ ଓ ଦିଅର ପୂରନ୍ଦର ଖରସେଲ କପା ଚାଷ ପାଇଁ ବିଲକୁ ଯାଇଥିଲେ। ସେହି ସମୟରେ ବର୍ଷା ସହିତ ଝଡ଼ ତୋଫାନ୍‌ ଓ ବଜ୍ରପାତ ହୋଇଥିଲା।

author-image
Manoranjan Sial
Balangir

Balangir

ଚାଷ କାମ କରିବା ପାଇଁ କପା କ୍ଷେତକୁ ଯାଇଥିଲେ ମାଆ, ପୁଅ ଓ ଦିଅର। ଅପରାହ୍ନରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଚାଷ ଜମିରେ ଟଳି ପଡ଼ିଲେ ମାଆ ଓ ପୁଅ। ଆଉ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦିଅର। ଆଜି ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଘଟିଛି।

Advertisment

ଖପ୍ରାଖୋଲ ଥାନା ଚାଉଳବାଞ୍ଜି ଗାଁର ସୂର୍ଯ୍ୟକାନ୍ତି ଖରସେଲ, ତାଙ୍କ ୧୮ ବର୍ଷୀୟ ପୁଅ ଦୀପକ ଖରସେଲ ଓ ଦିଅର ପୂରନ୍ଦର ଖରସେଲ କପା ଚାଷ ପାଇଁ ବିଲକୁ ଯାଇଥିଲେ। ସେହି ସମୟରେ ବର୍ଷା ସହିତ ଝଡ଼ ତୋଫାନ୍‌ ଓ ବଜ୍ରପାତ ହୋଇଥିଲା। ଆଉ ସେହି ବଜ୍ରପାତରେ ସୂର୍ଯ୍ୟକାନ୍ତି ଖରସେଲ ଓ ତାଙ୍କ ଦୀପକ ଖରସେଲଙ୍କ ମୃତ୍ୟୁ ଘଟିଥିଲା। ତେବେ ପୂରନ୍ଦର ଖରସେଲ ଚେତା ହରାଇ ଚାଷ ଜମିରେ ପଡ଼ିଥିଲେ।

ପାଖ ଜମିରେ ଚାଷ କରୁଥିବା ଚାଷୀମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଖପ୍ରାଖୋଲ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ଆଜି ସକାଳେ ବେଲାଙ୍ଗିର ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ହେଉଥିଲା। ଅପରାହ୍ନରେ ସାମାନ୍ୟ ବର୍ଷା ଓ ଝଡ଼ତୋଫାନ୍‌ ହୋଇଥିଲା। ଏଥିସହ ବଜ୍ରପାତ ହୋଇଥିଲା। ଆଉ ସେଥିରେ ଯାଇଛି ମାଆ ଓ ପୁଅଙ୍କ ଜୀବନ।

ସେପଟେ ବଜ୍ରପାତରେ ବରଗଡ଼ ଜିଲ୍ଲାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଗୁଳୁଗୁଳି ହେଉଥିବାରୁ ଅପରାହ୍ନରେ ୩ ଯୁବକ ଗାଁ ମୁଣ୍ଡରେ ଟହଲ୍‌ ମାରୁଥିବା ବେଳେ ବର୍ଷା ହୋଇଥିଲା। ତେଣୁ ସେମାନେ ବରଗଛ ମୂଳରେ ଛିଡ଼ା ହୋଇଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା। ଆଉ ଟଳି ପଡ଼ିଥିଲେ ୩ ଯୁବକ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Lightning Death Lightning Strikes