Advertisment

ଘରେ ଲାଗିଲା ନିଆଁ, ଜଳିଗଲେ ମା’, ଝିଅ

ଗତ ରାତିରେ ମା’ ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। କେବଳ ଉପର ମହଲାରେ ହିଁ ନିଆଁ ଲାଗିଥିବା ବେଳେ ମା’ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ।

author-image
Niharika Rout
Fire

Fire

ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ ଘଟିଛି ଅଭାବନୀୟ ଘଟଣା। ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ବୃଦ୍ଧା ମା’ ଓ ଝିଅ। ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି, ନା ଏହା ପଛରେ କିଛି ଷଡଯନ୍ତ୍ର ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ମୃତା ମା’ଝିଅଦ୍ୱୟ ହେଲେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ୬୨ ବର୍ଷୀୟା ସୈରେନ୍ଦ୍ରି ଦୀକ୍ଷିତ ।

Advertisment

ଗତ ରାତିରେ ମା’ ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। କେବଳ ଉପର ମହଲାରେ ହିଁ ନିଆଁ ଲାଗିଥିବା ବେଳେ ମା’ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ। ଆଖପାଖ ଲୋକେ ଏହା ଶୁଣି ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ମା’ଝିଅକୁ ଭିତରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଉଭୟ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।

ଉଭୟ ମା’ ଝିଅ ରହୁଥିବା ବିଲ୍ଡିଂର ତଳ ମହଲା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ଉପର ମହଲାରେ କିପରି ନିଆଁ ଲାଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ବିଦ୍ୟୁତ୍‌ ସର୍ଟ ସର୍କିଟଜନିତ ଦୁର୍ଘଘଟଣା ନା ଏହା ପଛରେ ଆଉ କିଛି ଷଡଯନ୍ତ୍ର ଅଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏଥିସହ ଉଭୟଙ୍କ ପରିବାରରେ ଆଉ କିଏ କିଏ ସଦସ୍ୟ ଅଛନ୍ତି, ସେମାନେ କେଉଁଠି ଅଛନ୍ତି ଓ ମା’ ଝିଅଙ୍କ ସହ ସେମାନଙ୍କ ସମ୍ପର୍କ କିପରି ଅଛି ତାହାର ବି ତଦନ୍ତ କରୁଛି ପୁଲିସ୍‌।

Advertisment
Sambalpur Burnt To Death Fire Accident