Advertisment

ରାତିରେ ଶୋଇଥିଲେ ମା’ଝିଅ, କାମୁଡ଼ିଦେଲା ସାପ

ଗତକାଲି ରାତିରେ ପରିବାର ସମସ୍ତେ ଖାଇବା ପରେ ଶୋଇ ପଡିଥିଲେ। ଭୋର୍ ସମୟରେ ଗୁରୁବାରୀ ଓ ସୁବିଙ୍କୁ ବିଷଧର ସାପ କାମୁଡି ଦେଇଥିଲା।

author-image
Niharika Rout
Snake

Snake

ସଂସାର ଉଜାଡ଼ିଦେଲା ସାପ । ରାତିରେ ଏକସଙ୍ଗେ ଶୋଇଥିବା ମା’ଝିଅଙ୍କୁ କାମୁଡ଼ିଦେଲା ସାପ । ଆଉ ଏଥିରେ ଉଭୟ ଆଖି ବୁଜିଦେଲେ। ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ ପଞ୍ଚାୟତର ରିଷାଭୁଇଁ ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ସେହି ଗ୍ରାମର ଲଡୁ ନାୟକଙ୍କ ସ୍ତ୍ରୀ ଗୁରୁବାରୀ ନାୟକ(୩୫) ଓ ଝିଅ ସୁବି ନାୟକ(୮)।

Advertisment

ଗତକାଲି ରାତିରେ ପରିବାର ସମସ୍ତେ ଖାଇବା ପରେ ଶୋଇ ପଡିଥିଲେ। ଭୋର୍ ସମୟରେ ଗୁରୁବାରୀ ଓ ସୁବିଙ୍କୁ ବିଷଧର ସାପ କାମୁଡି ଦେଇଥିଲା। ଫଳରେ ଉଭୟ ଚିତ୍କାର କରି ଉଠି ପଡିଥିଲେ।

ପରିବାର ଲୋକେ ଉଭୟଙ୍କୁ ସାପ କାମୁଡ଼ିଥିବା ଜାଣି ଆମ୍ବୁଲାନ୍ସ ଯୋଗେ ତରନ୍ତ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୂତ ଘୋଷଣା କରିଛନ୍ତି।ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Snake Bite Kandhamal