Advertisment

ଡବଲ ଟ୍ରାଜେଡି, ମା’ଙ୍କ ଶବସତ୍କାର ପାଇଁ ଆସୁଥିବା ବେଳେ ଚାଲିଗଲା ପୁଅର ଜୀବନ

ପ୍ରଥମେ ମା’ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଖବର ପାଇ ପୁଅ ତାଙ୍କ ଶବ ସତ୍କାର କରିବାକୁ ତରବରିଆ ଭାବେ ଆସୁଥିଲ। ହେଲେ ଅଧା ବାଟରେ ପୁଅ ମଧ୍ୟ ସେହି ସଡ଼କ ଦୁର୍ଘଟଣାରେ ସବୁ ଦିନ ପାଇଁ ମା’ ପାଖକୁ ଚାଲି ଯାଇଛନ୍ତି।

author-image
Hemant Lenka
Car

Car

ଦୁଃଖଦ। ହୃଦୟବିଦାରକ। ମର୍ମନ୍ତୁଦ। ମାତ୍ର ୧୨ ଘଣ୍ଟା ଭିତରେ ଦୁଇଟି ସଡ଼କ ଦୁର୍ଘଟଣା ଗୋଟିଏ ପରିବାରର ହସଖୁସିକୁ ସବୁ ଦିନ ପାଇଁ ଛଡ଼ାଇ ନେଇଛି।

Advertisment

ପ୍ରଥମେ ମା’ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଖବର ପାଇ ପୁଅ ତାଙ୍କ ଶବ ସତ୍କାର କରିବାକୁ ତରବରିଆ ଭାବେ ଆସୁଥିଲ। ହେଲେ ଅଧା ବାଟରେ ପୁଅ ମଧ୍ୟ ସେହି ସଡ଼କ ଦୁର୍ଘଟଣାରେ ସବୁ ଦିନ ପାଇଁ ମା’ ପାଖକୁ ଚାଲି ଯାଇଛନ୍ତି।

ମଧ୍ୟପ୍ରଦେଶରେ ଏହି ଡବଲ ସଡ଼କ ଦୁର୍ଘଟଣା ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ସଡ଼କ ଦୁର୍ଘଟଣାରେ ୫୫ ବର୍ଷୀୟ ରାଣୀ ଦେବୀ ଓ ତାଙ୍କ ୨୨ ବର୍ଷୀୟ ପୁଅ ସରୋଜ ସିଂହ ପ୍ରାଣ ହରାଇଛନ୍ତି।

Advertisment

ମଧ୍ୟପ୍ରଦେଶର ରେୱା ଅନ୍ତର୍ଗତ ଜାତ୍ରୀ ଗାଁ ଶ୍ମଶାନରେ ଏକାଠି ମା’ ଓ ପୁଅଙ୍କ ଜୁଇ ଜଳିଛି। ସେତେବେଳର ଦୃଶ୍ୟ ବେଶ ହୃଦୟବିଦାରକ ରହିଥିଲା। ପରିବାର କଥା ଛାଡ଼ନ୍ତୁ, ଗାଁ ଲୋକମାନେ ମଧ୍ୟ ଏହି ଘଟଣାକୁ ଦେଖି ନିଜ ଲୁହକୁ ଅଟକାଇ ପାରି ନାହାନ୍ତି।

ରାଣୀ ଦେବୀଙ୍କ ସ୍ୱାମୀ ପ୍ରାୟ ବର୍ଷକ ତଳେ ପ୍ରାଣ ହରାଇଥିଲେ। ତାଙ୍କର ୩ ପୁଅ ଓ ୩ ଝିଅ ଥିଲେ। ରାଣୀ ଦେବୀ ସବୁଠାରୁ ବଡ଼ ଓ ସବୁଠାର ସାନ ପୁଅଙ୍କ ସହ ଗାଁରେ ରହୁଥିଲେ। ମଝିଆ ପୁଅ ସରୋଜ ଇନ୍ଦୋରରେ ରୁହନ୍ତି।

ବୁଧବାର ରାଣୀ ଦେବୀ ସାନ ପୁଅ ସନ୍ନି ସହ ବାଇକରେ ତାଙ୍କ ବାପା ଘରକୁ ବୁଲିବାକୁ ଯାଉଥିଲେ। ତେବେ ଗାଁ ଠାରୁ ୧୨ କିମି ଦୂର ଡାଭାଉରା ସନ୍ନି ଚଳାଉଥିବା ଗାଡ଼ିକୁ ଆଉ ଗୋଟିଏ ବାଇକ୍‌ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ସ୍ଥାନୀୟ ଓ ପରେ ରେୱା ହସ୍ପିଟାଲକୁ ପଠା ଯାଇଥିଲା। କିନ୍ତୁ ଅଧା ବାଟରେ ହିଁ ରାଣୀ ଦେବୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ସନ୍ନି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଣୀ ଦେବୀଙ୍କ ମୃତ୍ୟୁ ଖବର ଇନ୍ଦୋରରେ ରହୁଥିବା ସରୋଜଙ୍କ ପାଖରେ ପହଞ୍ଚିଥିଲା। ସେ ଖବର ପାଇ ଇନ୍ଦୋରରୁ ନିଜ ଗାଁକୁ ବାହାରିଥିଲେ। ବନ୍ଧୁ ଅଭିଷେକ ସିଂହଙ୍କ କାର୍‌ରେ ଜଣେ ଡ୍ରାଇଭରଙ୍କୁ ଧରି ସରୋଜ ଗାଁକୁ ଆସୁଥିଲେ। କିନ୍ତୁ ଗାଁ ଠାରୁ ୧୦୦ କିମି ଦୂରରେ ଘଟିଥିଲା ଦୁର୍ଘଟଣା।

ସାତନା ଜିଲ୍ଲାର ରାମପୁର ବାଘେଲାନ ଠାରେ କାର୍‌ର ଛକା ଫାଟି ଯାଇଥିଲା। ଫଳରେ ଏହା ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ରେ ପିଟି ହୋଇଯାଇଥିଲା। କାର୍‌ରେ ଥିବା ସରୋଜ, ବନ୍ଧୁ ଅଭିଷେକ ଓ ଡ୍ରାଇଭରଙ୍କୁ ତୁରନ୍ତ ରେୱା ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସରୋଜଙ୍କୁ ମୃତ ଘୋଷଣା କରିଥିଲେ। ଏବେ ଅଭିଷେକ ଓ କାର ଚାଳକ ସେଠାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପୂରା ଗାଁ ଓ ଅଞ୍ଚଳରେ ଶୋକର ଚ୍ଛାୟା ଖେଳାଇ ଦେଇଛି।

Madhya Pradesh Road Accident