Advertisment

ସବୁ ପ୍ରଚେଷ୍ଟା ଫେଲ୍‌; ପ୍ରସବ କରିନପାରି ମାଆ ଓ ଛୁଆ ହାତୀଙ୍କ ମୃତ୍ୟୁ

ବୁଧବାରଠାରୁ ମାଆ ହାତୀ ପ୍ରସବ ବେଦନାରେ ଛଟପଟ ହେଉଥିଲା। ହାତୀ ଶାବକର ଗୋଡ଼ ଦୁଇଟି ବାହାରକୁ ବାହାରି ଆସିଥିଲା। ମାଆ ହାତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା।

undefined

Elephant

Advertisment

ଶାବକକୁ ଜନ୍ମ ଦେଇନପାରି ପ୍ରସବ ବେଦନାରେ ଛଟପଟ ହେଉଥିବା ମାଆ ହାତୀର ମୃତ୍ୟୁ ଘଟିଛି। ଏଭଳି ଅଭାନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ଅନ୍ତର୍ଗତ ବସନ୍ତପୁର ରେଙ୍ଗଟା ସାହି ନିକଟସ୍ଥ ଜଙ୍ଗଲରେ।

Advertisment

ବୁଧବାରଠାରୁ ମାଆ ହାତୀ ପ୍ରସବ ବେଦନାରେ ଛଟପଟ ହେଉଥିଲା। ହାତୀ ଶାବକର ଗୋଡ଼ ଦୁଇଟି ବାହାରକୁ ବାହାରି ଆସିଥିଲା। ମାଆ ହାତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା। ଏ ସମ୍ପର୍କରେ ଜାଣିପାରି ବନ ବିଭାଗ, ପ୍ରାଣୀ ଚିକିତ୍ସକ ଓ ବନ୍ୟଜନ୍ତୁ ବିଶେଷଜ୍ଞ ଟିମ୍‌ ଆଜି ସକାଳେ ଜଙ୍ଗଲରେ ପହଞ୍ଚି ଥିଲେ। ଉଦ୍ଧାର ଓ ଉପଚାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ମୃତ ହାତୀ ଶାବକକୁ ସଫଳତାର ସହ ବାହାର କରାଯାଇଥିଲା। ଏଥିସହିତ ମା' ହାତୀର ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା। ତେବେ ମାଆ ହାତୀ ଆଉ ନିଜ ଗୋଡ଼ରେ ଠିଆ ହେବା ପାଇଁ ସମର୍ଥ ହୋଇପାରି ନଥିଲା। ଶେଷରେ ଆଜି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମା' ହାତୀର ମୃତ୍ୟୁ ଘଟିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Elephant Death Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe