Advertisment

୪ ବର୍ଷ ତଳେ ଭିଣୋଇ ପ୍ରେମରେ ଘର ଛାଡ଼ିଥିଲେ; ଆଜି ପୁଅକୁ ଧରି ନଦୀକୁ ଡେଇଁ ପଡ଼ିଲେ

ପିପିଲି ବଜାର ଅଞ୍ଚଳର ମହେଶ୍ୱର ବେହେରାଙ୍କ ବଡ଼ଝିଅ ନିମାପଡା ଥାନା ଜୁଆଁଲି ଗାଁର ଗାଣ୍ଡୁଆ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ପତ୍ନୀ ଥାଉଁ ଥାଉଁ ଗାଣ୍ଡୁଆ ଶାଳୀ ଇପ୍‌ସିତା ବେହେରାଙ୍କ ପ୍ରେମରେ ପଡ଼ିଥିଲେ।

Puri

Puri

Advertisment

ଆଜକୁ ୪ ବର୍ଷ ତଳେ ନିଜ ବଡ଼ ଭଉଣୀଙ୍କ ସଂସାରରେ ଭାଗ ବସାଇଥିଲେ। ଆଉ ଭିଣୋଇଙ୍କ ପ୍ରେମରେ ପଡ଼ି ଘର ଛାଡ଼ିଥିଲେ। ସୁଦୂର ମହାରାଷ୍ଟ୍ରରେ ଭିଣୋଇଙ୍କ ସହିତ ସ୍ୱାମୀ ଓ ସ୍ତ୍ରୀ ପରି ରହୁଥିଲେ ଇପ୍‌ସିତା ବେହେରା। ହେଲେ ଆଜି ନିଜର ଦୁଇ ବର୍ଷର କଅଁଳ ପୁଅକୁ ଧରି ଭରା ଭାର୍ଗବୀ ନଦୀକୁ ଡେଇଁ ପଡ଼ିଲେ ଇପ୍‌ସିତା। ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଘଟିଛି।

Advertisment

ପିପିଲି ବଜାର ଅଞ୍ଚଳର ମହେଶ୍ୱର ବେହେରାଙ୍କ ବଡ଼ଝିଅ ନିମାପଡା ଥାନା ଜୁଆଁଲି ଗାଁର ଗାଣ୍ଡୁଆ ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ପତ୍ନୀ ଥାଉଁ ଥାଉଁ ଗାଣ୍ଡୁଆ ଶାଳୀ ଇପ୍‌ସିତା ବେହେରାଙ୍କ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଶାଳୀ ଓ ଭିଣୋଇ ଘରୁ ପଳାଇ ଯାଇଥିଲେ। ଉଭୟ ମହାରାଷ୍ଟ୍ରରେ ଘର ଭଡ଼ା ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ପରି ରହୁଥିଲେ। ଉଭୟଙ୍କ ଔରଷରୁ ପୁଅଟିଏ ହୋଇଥିଲା। ପୁଅକୁ ୨ ବର୍ଷ ହୋଇଥିଲା। କିଛି ଦିନ ତଳେ ଗାଣ୍ଡୁଆଙ୍କ ବଡ ବାପାଙ୍କ ଦେହାନ୍ତ ହୋଇଥିଲା। ତେଣୁ ଦଶତୁଠରେ ଯୋଗଦେବା ପାଇଁ ସେ ଆସିଥିଲେ। ଆଉ ସାଥୀରେ ଶାଳୀ ତଥା ଦ୍ୱିତୀୟ ପତ୍ନୀ ଇପ୍‌ସିତା ଓ ପୁତ୍ରକୁ ଆଣିଥିଲେ। ଦଶତୁଠ ସରିବା ପରେ ପତ୍ନୀ ଇପ୍‌ସିତା ଓ ପୁଅକୁ ନିଜ ଘରେ ଛାଡି ତାମିଲନାଡ଼ୁ ପଳାଇ ଯାଇଥିଲେ।

ସ୍ୱାମୀ ଗଲା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଇପ୍‌ସିତା। ତେଣୁ ସେ ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି। ଆଜି ମଧ୍ୟାହ୍ନରେ ଏକ ଅଟୋରେ ପୁଅକୁ ଧରି ସେ ଜଗନ୍ନାଥପୁର ଛକକୁ ଆସିଥିଲେ। ସେଠାରେ ଥିବା ଦୋକାନରୁ ଜଳଖିଆ ଖାଇଥିଲେ। ନିଜ ପୁଅକୁ ଖାଇବାକୁ ଦେଇଥିଲେ। ଜଳଖିଆ ଖାଇସାରିବା ପରେ ଚାଲି ଚାଲି ବ୍ରିଜ୍ ଉପରକୁ ଯାଇଥିଲେ ଇପ୍‌ସିତା।

Advertisment

ଅପରାହ୍ନ ପ୍ରାୟ ୩ଟା ବେଳେ ପୁଅକୁ ଧରି ସେତୁ ଉପରୁ ଭାର୍ଗବୀ ନଦୀକୁ ଡେଇଁ ପଡିଥିଲେ ଇପ୍‌ସିତା। ସେଠାରେ ଉପସ୍ଥିତ ଲୋକମାନେ ଦେଖି ପିପିଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଭାର୍ଗବୀ ନଦୀରେ ବହୁ ଖୋଜା ଖୋଜି କରିବା ପରେ ସୁନାପଦାଠାରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ରିପୋର୍ଟ- ପିପିଲିରୁ ଦ୍ଵିତିକୃଷ୍ଣ ପଟ୍ଟନାୟକ

Puri Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe