ଗାଧୋଇବା ବେଳେ ବୁଡ଼ିଗଲେ ମାଆ, ପୁଅ ଓ ଝିଅ

ଗଭୀର ପାଣିରେ ଦୁଇ ପିଲା ବୁଡି ଯାଉଥିବା ଦେଖି ମାଆ କାମିନୀ ଉଦ୍ଧାର କରିବା ପାଇଁ ଯାଇଥିଲେ। ହେଲେ ଦୁଇ ଛୁଆଙ୍କୁ ଉଦ୍ଧାର କରିବେ କ’ଣ ସେ ଗଭୀର ପୋଖରୀରେ ବୁଡ଼ି ଯାଉଥିଲେ।

Medical PhotoOR

ମେଡ଼ିକାଲରେ ପରିବାର ଲୋକଙ୍କ ଗହଳି

Manoranjan Sial
  • Published: Wednesday, 23 October 2024
  • Updated: 23 October 2024, 03:57 PM IST

Sports

Latest News

ବିଧିର ବିଧାନ ଦେଖ। କେତେ ଖୁସିରେ ମାଆ, ପୁଅ ଓ ଝିଅ ଗାଧୋଇବା ପାଇଁ ହାତ ଧରାଧରି ହୋଇ ଗାଁ ପୋଖରୀକୁ ଯାଇଥିଲେ। ଭାବିଥିଲେ ଶୀଘ୍ର ଗାଧୋଇ ଆସିଲେ ସାଥୀ ହୋଇ ଖାଇଥାଆନ୍ତେ। ହେଲେ ଭାଗ୍ୟର ବଡ଼ମ୍ୱନା, ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଭାଇ-ଭଉଣୀ। ଚିତ୍କାର ଶୁଣି ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ହେଲେ ସିଏ ମଧ୍ୟ ସେହି ପୋଖରୀରେ ବୁଡ଼ିଗଲେ। ଅର୍ଥାତ ହାତ ଧରାଧରି ହୋଇ ମାଆ, ଝିଅ ଓ ପୁଅ ପାଣିରେ ବୁଡ଼ିଗଲେ। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝିର ଜିଲ୍ଲାରେ ଘଟିଛି।

ଘଟଗାଁ ଥାନା ପାଣୁପଶି ଗାଁର ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ଆଜି ପୂର୍ବାହ୍ନରେ ଦୁଇ ପୁଅ ଓ ଝିଅଙ୍କୁ ଧରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ପୋଖରୀ ତୁଠରେ କାମିନୀ ଲୁଗା ସଫା କରୁଥିଲେ। ଠିକ୍‌ ସେତିକି ବେଳେ ୨ ଭାଇ ଓ ଝିଅ ପୋଖରୀ ତୁଠରେ ଅଳ୍ପ ପାଣିରେ ଗାଧୋଇବା ବାହାନାରେ ଖେଳୁଥିଲେ। ତେବେ ଖେଳ ଭିତରେ କେତେବେଳେ କେମିତି କାମିନୀଙ୍କ ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ପୋଖରୀ ଭିତରକୁ ଚାଲି ଯାଇଥିଲେ। ଆଉ ବାହାରି ପାରିଲେ ନାହିଁ।

Also Read

ଗଭୀର ପାଣିରେ ଦୁଇ ପିଲା ବୁଡି ଯାଉଥିବା ଦେଖି ମାଆ କାମିନୀ ଉଦ୍ଧାର କରିବା ପାଇଁ ଯାଇଥିଲେ। ହେଲେ ଦୁଇ ଛୁଆଙ୍କୁ ଉଦ୍ଧାର କରିବେ କ’ଣ ସେ ଗଭୀର ପୋଖରୀରେ ବୁଡ଼ି ଯାଉଥିଲେ। ମାଆ ଓ ଦୁଇ ଭାଇ ଭଉଣୀ ପାଣିରେ ବୁଡି ଯାଉଥିବା ଦେଖି ପୋଖରୀ ତୁଠରେ ଖେଳୁଥିବା ଅନ୍ୟ ଜଣେ ପୁଅ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ। ହେଲେ ସେତେବେଳେ ସେଠାରେ କେହି ନଥିଲେ। ପରେ ଏକ ନିଃଶ୍ୱାସରେ ଧାଇଁଲେ ଘରକୁ। ଘରେ ପହଞ୍ଚି ଜେଜେ ମାଆଙ୍କୁ ସବୁ କଥା କହିଥିଲେ।

ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ପରେ ଗାଁ ଲୋକେ ପୋଖରୀର ଗଭୀର ପାଣି ଭିତରୁ କାମିନୀ, ଦୁଇ ପିଲା ମିଥୁନ୍‌ ଓ ସୁନୁକାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story