Advertisment

ଲାଗିଲା ବିଦ୍ୟୁତ୍‌ ଆଘାତ, ଚାଲିଗଲେ ମା’ପୁଅ

ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିଲା ପୁଅ। ଆଖି ଆଗରେ ଏପରି ଦୃଶ୍ୟ ଦେଖିଲେ କିପରି ମା’ ସମ୍ଭାଳି ହେବ । ନିଜ ପୁଅକୁ ମରଣ ମୁହଁରୁ ଫେରାଇ ଆଣିବାକୁ ଯାଇ ମା’କୁ ଲାଗିଲା ବିଦ୍ୟୁତ୍‌ ଆଘାତ ।

Electric Shock

Electric Shock

Advertisment

ବିଦ୍ୟୁତ୍‌ ଆଘାତରେ ଛଟପଟ ହେଉଥିଲା ପୁଅ। ଆଖି ଆଗରେ ଏପରି ଦୃଶ୍ୟ ଦେଖିଲେ କିପରି ମା’ ସମ୍ଭାଳି ହେବ । ନିଜ ପୁଅକୁ ମରଣ ମୁହଁରୁ ଫେରାଇ ଆଣିବାକୁ ଯାଇ ମା’କୁ ଲାଗିଲା ବିଦ୍ୟୁତ୍‌ ଆଘାତ । ଫଳରେ ଏକସଙ୍ଗେ ଚାଲିଗଲେ ମା’ପୁଅ।

Advertisment

ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଜୟନ୍ତଗିରି ଗାଁରେ ଘଟିଛି। ମୃତକ ମା’ ପୁଅ ହେଲେ ରମା ଅମାନାତ୍ୟ ଓ ତାଙ୍କ ପୁଅ ଦୁର୍ଯ୍ୟୋଧନ ଅମାନାତ୍ୟ ।

ଆଜି ସକାଳୁ ଦୁର୍ଯ୍ୟୋଧନ ଅମାନାତ୍ୟ ଘର ତାରରେ ଗାମୁଛା କାଢିବା ବେଳେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ବିଦ୍ୟୁତ୍ ଆଘାତରେ ଛଟପଟ ହେଉଥିବା ଦେଖି ମା’ ରମା ଅମାନାତ୍ୟ ତାଙ୍କୁ ବଞ୍ଚାଇବାକୁ ଯାଇଥିଲେ। ମାତ୍ର ତାଙ୍କୁ ବି ବିଦ୍ୟୁତ୍‌ ଆଘାତ ଲାଗିଥିଲା। ମୃତ୍ୟୁବରଣ କରିଥିଲେ।

Advertisment

ଏହାଦେଖି ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଓ ଶାଶୁ ଉଭୟଙ୍କୁ ବଞ୍ଚାଇବାକୁ ଯାଇଥିଲେ। ଉଭୟଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲେ ବି ସେମାନେ ବର୍ତ୍ତି ଯାଇଥିବା ଜଣାଯାଇଛି।

ଏକାଥରେ ମା’ପୁଅଙ୍କ ମୃତ୍ୟୁ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଦେଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

Electric Shock Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe