ଚଳନ୍ତା ଡାଲି ଟ୍ରକ୍ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍ ଡାଲି। ସୌଭାଗ୍ୟ ବଶଃତ ଟ୍ରକ୍ ଡ୍ରାଇଭରର କିଛି ହୋଇନାହିଁ। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି।
ଆଜି ଭୋର ୪ଟା ସମୟରେ ଟ୍ରକ୍ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Also Read
ତେବେ ଟ୍ରକ୍ରେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟସର୍କିଟରୁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।