Advertisment

ଚଳନ୍ତା ଟ୍ରକ୍‌ରେ ଲାଗିଗଲା ନିଆଁ; ପୋଡ଼ିଗଲା ୩୦ ଟନ୍‌ ଡାଲି

ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ଚଳନ୍ତା ଡାଲି ଟ୍ରକ୍‌ରେ ହଠାତ୍ ଲାଗିଗଲା ନିଆଁ। ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍‌ ଡାଲି। ‌ସୌଭାଗ୍ୟ ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ। କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଏହି ଘଟଣା ଘଟିଛି।

Advertisment

ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ତେବେ ଟ୍ରକ୍‌ରେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟସର୍କିଟରୁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Advertisment
Cuttack Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe