ଗତ ରାତିରେ ମୁମ୍ବାଇର ଏକ ୪ ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ମୁମ୍ବାଇସ୍ଥିତ ଏକ ୪ ତାଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ଖବର ପାଇ ତୁରନ୍ତ ୧୫ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ପ୍ରଶମିତ କରାଯାଇଥିଲା। ଏହାପରେ ତୁରନ୍ତ ବିଲ୍ଡିଂରେ ଫସି ରହିଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।
ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂରେ ଖୋଜାଖୋଜି କରି ୨ ମୃତଦେହ ପାଇଥିଲେ। ମୃତକଦ୍ୱୟ ହିରେନ ଶାହ ଓ ନଳୀନି ଶାହ ବୋଲି ଜଣାଯାଇଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
Also Read
ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଥିବା ବେଳେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।