Advertisment

ହଠାତ୍‌ ବିଲ୍ଡିଂରେ ଲାଗିଲା ନିଆଁ; ୨ ଜୀଅନ୍ତା ଜଳିଗଲେ, ୯ ଗୁରୁତର

ଗତ ରାତିରେ ମୁମ୍ବାଇର ଏକ ୪ ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।

Fire

Fire

Advertisment

ଗତ ରାତିରେ ମୁମ୍ବାଇର ଏକ ୪ ତାଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି।

Advertisment

ଗତକାଲି ରାତି ପ୍ରାୟ ୧୦ଟା ବେଳେ ମୁମ୍ବାଇସ୍ଥିତ ଏକ ୪ ତାଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା। ଖବର ପାଇ ତୁରନ୍ତ ୧୫ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ପ୍ରଶମିତ କରାଯାଇଥିଲା। ଏହାପରେ ତୁରନ୍ତ ବିଲ୍ଡିଂରେ ଫସି ରହିଥିବା ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ ଅଗ୍ନିଶମ କର୍ମଚାରୀ ସମ୍ପୂର୍ଣ୍ଣ ବିଲ୍ଡିଂରେ ଖୋଜାଖୋଜି କରି ୨ ମୃତଦେହ ପାଇଥିଲେ। ମୃତକଦ୍ୱୟ ହିରେନ ଶାହ ଓ ନଳୀନି ଶାହ ବୋଲି ଜଣାଯାଇଛି। ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

Advertisment

ଅଗ୍ନିକାଣ୍ଡର କାରଣ ଖୋଜା ଚାଲିଥିବା ବେଳେ ଏନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

Mumbai Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe