Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତାଙ୍କ ପୁଅ ଫେରାର୍, ଖୋଜୁଛି ୬ଟି ପୁଲିସ ଟିମ୍

ଦୁର୍ଘଟଣା ଘଟାଇବା ପୂର୍ବୁରୁ ବାରରେ ମଦ ପିଇଥିଲେ ଶିବସେନା(ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କ ପୁଅ ମିହିର।

ଅଦ୍ୟତନ ହୋଇଛି
Mihir Shah

Mihir Shah

Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବସେନା ନେତାଙ୍କ ପୁଅ ମିହିର ଶାହ ଫେରାର୍। ଦୁର୍ଘଟଣା ପରେ ମିହିର ଫେରାର୍ ଥିବାବେଳେ ୬ଟି ପୁଲିସ ଟିମ୍ ତାଙ୍କୁ ଖୋଜୁଛି। ଗତକାଲି ଶିବସେନା ନେତାଙ୍କ ପୁଅ ମିହିର BMW କାରରେ ଯାଉଥିବା ସମୟରେ ଦୁର୍ଘଟଣା ଘଟାଇଥିଲେ, ଯେଉଁଥିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। 

Advertisment

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)। ସେ ରବିବାର ସକାଳେ BMW କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଛାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି।

Advertisment

ପ୍ରାଥମିକ ଅନୁସନ୍ଧାନ ମୁତାବକ, ମିହିର ମଦ ପିଇ ଗାଡ଼ି ଚଲାଉଥିଲେ। ଶନିବାର ବିଳମ୍ବିତ ରାତିରେ ଜୁହୁର ଏକ ବାରରେ ସେ ମଦ ପିଇବା ପରେ ତାଙ୍କ ଡ୍ରାଇଭର ଗାଡ଼ି ଚଲାଇଥିଲେ। କିନ୍ତୁ ଓର୍ଲି ନିକଟରେ ସେ ଡ୍ରାଇଭିଂ କରିବେ ବୋଲି ଜିଦ୍ ଧରିଥିଲେ ଏବଂ ଗାଡ଼ି ଚଲାଇଥିଲେ ମଧ୍ୟ।

ଏହି ମାମଲାରେ ପୁଲିସ ମିହିରଙ୍କ ବାପା ତଥା ଶିବସେନା(ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହ ଏବଂ ତାଙ୍କ ଡ୍ରାଇଭର ରାଜଋଷି ବିଦଭତଙ୍କୁ ଗିରଫ କରିଛି। ରାଜେଶ ପୁଲିସକୁ ତଦନ୍ତରେ ସହଯୋଗ କରିନଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ।  

ସେପଟେ ମିହିରଙ୍କ ବିରୋଧରେ ଏକ ଲୁକଆଉଟ ସର୍କୁଲାର ଜାରି କରାଯାଇଛି। ପୁଲିସ ତାଙ୍କ ଘରେ ପହଞ୍ଚିବା ପରେ ଘରେ ତାଲା ପଡିଥିଲା। ମିହିରଙ୍କ ମାଆ ଓ ଭଉଣୀ କେଉଁଠି ଅଛନ୍ତି ତାହା ଜଣା ପଡିନାହିଁ।

Mumbai Accident Shinde Sena Hit And Run
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe