Advertisment

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ପରେ କାଠ ବଜାରର ଏକ ଦୋକାନରେ ନିଆଁ ଲାଗିଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ମୁମ୍ବାଇର ଏକ ବଜାରରେ ଲାଗିଛି ଭୟଙ୍କର ଅଗ୍ନିକାଣ୍ଡ। ନିଆଁର ଭୟାବହତା ଏତେ ଅଧିକ ଯେ ଏହାକୁ ନିୟନ୍ତ୍ରଣ କରିବାକୁ ୨୦ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି।  ଏହି ଅଗ୍ନିକାଣ୍ଡରେ ଜଣେ ମୃତାହତ ହୋଇଥିବା ନେଇ ସୂଚନା ମିଳିନି।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ପରେ ଦକ୍ଷିଣ ମୁମ୍ବାଇର ଚୋର ବଜାର ନିକଟ ଲକଡା ମାର୍କେଟର ଏକ ଦୋକାନରେ ନିଆଁ ଲାଗିଥିଲା। ଏହା ତୁରନ୍ତ ଅନ୍ୟ ଦୋକାନକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା। ଏହା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ନିକଟରେ ଥିବା ଗ୍ୟାସ ସିଲିଣ୍ଡର ଫାଟିବା ସହ ଆଖପାଖ ବିଲ୍ଡିଂକୁ ନିଆଁ ବ୍ୟାପି ଯାଇଥିଲା।

ସୂଚନା ପାଇ ପ୍ରାୟ ୨୦ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଆରମ୍ଭ କରିଥିଲେ। ମାତ୍ର ଅକ୍ଳାନ୍ତ ପରିଶ୍ରମ ପରେ ବି ସକାଳ ୬ଟା ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇ ପାରି ନ ଥିବା ଜଣାଯାଇଛି। 

Advertisment

ନିଆଁ ଲିଭାଯିବା ପରେ ପାଉଁଶ ତଳୁ ଏକ ମୃତଦେହ ଉଦ୍ଧାର ହୋଇଛି। ମୃତକଜଣକ ପୂରା ଜଳି ଯାଇଥିବାରୁ ତାଙ୍କୁ ଚିହ୍ନଟ କରାଯାଇ ପାରିନି। ମୃତଦେହକୁ ଜେଜେ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।  ଏହି ଘଟଣାରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ପାରିନି। 

Mumbai Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe