Advertisment

ଜଳିଲା ଆପାର୍ଟମେଣ୍ଟ, ୧୮ ମହଲାକୁ ବ୍ୟାପିଲା ନିଆଁ

ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Fire

Fire

ଜଳିଲା ଆପାର୍ଟମେଣ୍ଟ। ଦେଖୁଦେଖୁ ୧୮ ମହଲାକୁ ବ୍ୟାପିଗଲା ନିଆଁ। ମୁମ୍ବାଇ ନିକଟବର୍ତ୍ତୀ ଡୋମ୍ବରିବଲି ସ୍ଥିତି ଡାଉନ ଟାଉନ୍‌ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଆଁରେ ପଶି ଯାଇଛି ପୂରା ବିଲ୍ଡିଂ।

Advertisment

ସୂଚନା ମୁତାବକ, ଆଜି ମଧ୍ୟାହ୍ଣରେ ଡାଉନ୍‌ ଟାଉନ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ମିଟର ବକ୍ସରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା। ତେବେ ଏହି ନିଆଁ ଦେଖୁ ଦେଖୁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଖବର ପାଇଁ ଅଗ୍ନିଶମ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିଲ୍ଡିଂଟି ଏବେବି ନିର୍ମାଧୀନ ରହିଛି। ବିଲ୍ଡିଂର କେବଳ ପ୍ରଥମ ୩ଟି ମହଲା ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ସବୁ ଫ୍ଲୋରରେ କାମ ଚାଲିଛି। ନିଆଁ ଲାଗିବା ପରେ ତିନୋଟି ଫ୍ଲୋର୍‌ରେ ଥିବା ସମସ୍ତ ଲୋକଙ୍କୁ ତୁରନ୍ତ ବାହାରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅଣାଯାଇଛି। ଏହି ଅଗ୍ନିକାଣ୍ଡର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment
Mumbai Fire In Bulding