ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ବର୍ବରକାଣ୍ଡ। ୩୦ ନମ୍ବର ଜାତୀୟ ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଛନ୍ତି ଲାଲ୍ ବାହିନୀ। ହେଲେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।
ଗତକାଲି ରାତିରେ କିଛି ନକ୍ସଲ କଣ୍ଟା-ଦୋର୍ଣ୍ଣାପଲ୍ଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ କାରକୁ ଅଟକାଇଥିଲେ। ପରେ ବସ୍ ଓ କାରରୁ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କହି ସେଥିରେ ନିଆଁ ଲଗାଇଥିଲେ। ଏହାସହ ରାସ୍ତାକଡ଼ରେ ଥିବା ଟ୍ରେଲରରେ ମଧ୍ୟ ନକ୍ସଲ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଥିଲେ । ନକ୍ସଲ ମାନେ ସୁକମା ସମେତ ଦୁଇଟି ସ୍ଥାନରେ ଲଙ୍କାକାଣ୍ଡ ଘଟାଇଛନ୍ତି।
ନକ୍ସଲଙ୍କ ପକ୍ଷରୁ ଆସନ୍ତାକାଲି ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଛନ୍ତି। ନକ୍ସଲଙ୍କ ଲଙ୍କାକାଣ୍ଡ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ନକ୍ସଲଙ୍କ ଏହି ହିଂସାକାଣ୍ଡ ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।