Advertisment

ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇଦେଲେ ନକ୍ସଲ

ଗତକାଲି ରାତିରେ କିଛି ନକ୍ସଲ କଣ୍ଟା-ଦୋର୍ଣ୍ଣାପଲ୍ଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ କାରକୁ ଅଟକାଇଥିଲେ।

ଅଦ୍ୟତନ ହୋଇଛି
fire

fire

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ନକ୍ସଲଙ୍କ ବର୍ବରକାଣ୍ଡ। ୩୦ ନମ୍ବର ଜାତୀୟ ରାଜପଥର କଣ୍ଟା-ଦୋର୍ଣ୍ଣାପଲ୍ଲରେ ଏକ ଯାତ୍ରୀବାହୀ ବସ୍, ଟ୍ରେଲର ଓ କାରରେ ନିଆଁ ଲଗାଇ ଦେଇଛନ୍ତି ଲାଲ୍ ବାହିନୀ। ହେଲେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

Advertisment

ଗତକାଲି ରାତିରେ କିଛି ନକ୍ସଲ କଣ୍ଟା-ଦୋର୍ଣ୍ଣାପଲ୍ଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ କାରକୁ ଅଟକାଇଥିଲେ। ପରେ ବସ୍ ଓ କାରରୁ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ କହି ସେଥିରେ ନିଆଁ ଲଗାଇଥିଲେ। ଏହାସହ ରାସ୍ତାକଡ଼ରେ ଥିବା ଟ୍ରେଲରରେ ମଧ୍ୟ ନକ୍ସଲ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଥିଲେ । ନକ୍ସଲ ମାନେ ସୁକମା ସମେତ ଦୁଇଟି ସ୍ଥାନରେ ଲଙ୍କାକାଣ୍ଡ ଘଟାଇଛନ୍ତି।

ନକ୍ସଲଙ୍କ ପକ୍ଷରୁ ଆସନ୍ତାକାଲି ଛତିଶଗଡ଼ ବନ୍ଦ ଡାକରା ଦିଆଯାଇଛି। ତା’ ପୂର୍ବରୁ ନକ୍ସଲ ଲଙ୍କାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଛନ୍ତି। ନକ୍ସଲଙ୍କ ଲଙ୍କାକାଣ୍ଡ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ନକ୍ସଲଙ୍କ ଏହି ହିଂସାକାଣ୍ଡ ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି।

Advertisment
Naxal Attack Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe