Advertisment

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

କୈଳାଶ ଓଦା ସଡ଼ସଡ଼ ହୋଇ ଘରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଆସି ଲୁଣା ନଦୀରେ ସେହି ତୁଠରେ ବହୁ ଖୋଜାଖୋଜି କରିଥିଲେ। ମାତ୍ର କୁମ୍ଭୀର ସେତବେଳକୁ ପଳାଇ ଯାଇଥିଲା।

crocodile

crocodile

Advertisment

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। ନଦୀରେ ଗାଧୋଇବା ବେଳେ ଆକ୍ରମଣ କରିବା ପାଇଁ ମାଡ଼ି ଆସିଥିଲା ବିରାଟ୍‌କାୟ କୁମ୍ଭୀର। ଜୀବନ ବିକଳରେ ଯୁବକ ଜଣକ କୂଳକୁ ପଳାଇ ଆସିଥିଲେ। କେନ୍ଦ୍ରାପଡ଼ାରୁ ଆସିଛି ଏପରି ଖବର।

Advertisment

ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କଶୋଟିବାଲି ଗାଁ ଦେଇ ବୋହି ଯାଇଛି ଲୁଣା ନଦୀ। ଆଜି ସେହି ନଦୀରେ ଗାଧୋଉଥିଲେ କୈଳାଶ ବେହେରା। ସେ ଗାଧୋଉଥିବା ବେଳେ ଦେଖିଲେ ଏକ ୮ ଫୁଟ୍‌ ଲମ୍ୱର କୁମ୍ଭୀର ତାଙ୍କ ଆଡକୁ ଦ୍ରୁତି ଗତିରେ ମାଡ଼ି ଆସୁଥିଲା। ଜୀବନ ବିକଳରେ କୈଳାଶ କୂଳକୁ ପଳାଇ ଆସିଥିଲେ। କୁମ୍ଭୀରଟି କିଛି ସମୟ ପାଇଁ କୈଳାଶ ଗାଧୋଉଥିବା ସ୍ଥାନରେ ବୁଡ଼ି ରହିଥିଲା। ପରେ ନିଜ ଦେହକୁ ପାଣିରେ ବୁଡ଼ାଇ ମୁଣ୍ଡ ଟେକି କୂଳକୁ ଅନାଇଥିଲା। ପାଟିରେ ପାଣି ପୂରାଇ କୁମ୍ଭୀରଟି ଫିଙ୍ଗିଥିବା କୈଳାଶ କହିଛନ୍ତି।

କୈଳାଶ ଓଦା ସଡ଼ସଡ଼ ହୋଇ ଘରେ ପହଞ୍ଚିଥିଲେ। ଏ ସମ୍ପର୍କରେ ଗାଁ ଲୋକଙ୍କୁ କହିଥିଲେ। ଗାଁ ଲୋକେ ଆସି ଲୁଣା ନଦୀରେ ସେହି ତୁଠରେ ବହୁ ଖୋଜାଖୋଜି କରିଥିଲେ। ମାତ୍ର କୁମ୍ଭୀର ସେତବେଳକୁ ପଳାଇ ଯାଇଥିଲା। ଏହା ପରେ ସେହି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। କେତେବେଳେ କାହାକୁ କୁମ୍ଭୀର ଟାଣିନେବ କେହି କହିପାରିବେ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Advertisment

ରିପୋର୍ଟ-କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Crocodile Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe