Advertisment

ରାଜଧାନୀରେ ଅଲୋଡା ଶିଶୁକନ୍ୟା, ବ୍ରିଜ ତଳୁ ଉଦ୍ଧାର

ଆଜି ସକାଳେ ଶିଶୁ କନ୍ୟାର କାନ୍ଦୁଥିବା ବ୍ରିଜ ତଳୁ ଶୁଭିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Baby

Baby

ମରିଯାଉଛି ମଣିଷ ପଣିଆ। କେଉଁଠି ବ୍ରିଜ ତଳୁ ଶିଶୁକନ୍ୟା ଉଦ୍ଧାର କରାଯାଉଛି ତ  ଆଉ କେଉଁଠି ରାସ୍ତାକଡ଼ରେ ଛୁଆକୁ ଛାଡ଼ି ଚାଲିଯାଉଛି ମା’। ଶିଶୁଟି ଭୂମିଷ୍ଠ ହେବାର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଉଛି ମା’। ଏପରି ହୃଦୟ ବିଦାରକ ଘଟଣା ବିଭିନ୍ନ ଜିଲ୍ଲାରୁ ଆସୁଥିବା ବେଳେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ।

Advertisment

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ଥାନା ସମ୍ମୁଖ ବ୍ରିଜ ତଳୁ ଅଖା ଭିତରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। କେହି ନବଜାତ ଶିଶୁକନ୍ୟାକୁ ଅଖାରେ ଭର୍ତ୍ତି କରି ଫୋପାଡ଼ି ଦେଇ ପଳାଇଛି। ଶିଶୁଟି ଜନ୍ମ ହେବାର  କିଛି ସମୟ ପରେ କେହି ନବଜାତକୁ ଛାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ ଶିଶୁ କନ୍ୟାର କାନ୍ଦ ବ୍ରିଜ ତଳୁ ଶୁଭିଥିଲା। ସ୍ଥାନୀୟ ଲୋକେ ଶିଶୁଟିର କାନ୍ଦ ଶୁଣି ବ୍ରିଜ ତଳୁ ତାକୁ ଉଦ୍ଧାର କରିଥିଲେ। ପରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ହସ୍ପିଟାଲ ପକ୍ଷରୁ ଶିଶୁ କନ୍ୟାକୁ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛିା ପୁଲିସ୍  ଘଟଣାର ତଦନ୍ତ କରୁଛି।

Advertisment
Bhubaneswar New Born Baby