Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି; ରେଲୱେ ବୋର୍ଡ ଚେୟାରମ୍ୟାନ ଓ ମୁଖ୍ୟ ଶାସନ ସଚିବଙ୍କୁ NHRCର ନୋଟିସ୍

ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି

ଅଦ୍ୟତନ ହୋଇଛି
Train accident

Train accident

Advertisment

ବାହାନଗା ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ରେଲୱେ ବୋର୍ଡ ଚେୟାରମ୍ୟାନ  ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ କରିଛନ୍ତି ଜାତୀୟମାନବାଧିକାର କମିଶନ(NHRC)। ମାନବାଧିକାର ଉଲ୍ଲଂଘନ ଅଭିଯୋଗ ସଂପର୍କିତ ଏକ ପିଟିସନ ଆଧାରରେ, ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC।

Advertisment

ସୂଚନା ଅନୁସାରେ, ରେଳ କର୍ତ୍ତୃପକ୍ଷଙ୍କ ଅବହେଳା ଓ ବିଫଳତା ଯୋଗୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ମୃତାହତ ଯାତ୍ରୀମାନଙ୍କ ଅଧିକାର ଉଲ୍ଲଂଘନ ହୋଇଥିବା ଏକ ପିଟିସନ୍ ଦାୟର କରିଛନ୍ତି ସୁପ୍ରିମକୋର୍ଟ ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ। ଶବ ସଂରକ୍ଷଣ, ଦୁର୍ଘଟଣା ପରେ ଚୋରି, ମୃତଦେହର ନକଲି ଦାବିଦାର ଆଦି ଘଟଣା ନଜରକୁ ଆସିଛି । ଏଥିପାଇଁ ରେଲୱେ କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି। ଉପଯୁକ୍ତ ସ୍ଥାନ ଅଭାବରୁ ଶବଗୁଡ଼ିକର ସମ୍ମାନ ସୁନିଶ୍ଚିତ କରାଯାଇପାରିଲା ନାହିଁ ବୋଲି ଅଭିଯୋଗ ହୋଇଛି। ଏହି ପିଟିସନ୍ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ। ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଜଣାଇବାକୁ ରିପୋର୍ଟ ମଗାଯାଇଛି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ NHRCଙ୍କ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏନେଇ ଗତକାଲି ନବନିଯୁକ୍ତ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଥିଲେ।

Advertisment

ସୂଚନାଯୋଗ୍ୟ , ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Balasore Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe