Advertisment

ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ; ୯ ଯବାନ ମୃତ

ଆଜି ସନ୍ଧ୍ୟାରେ ଲେହ ଠାରୁ ପ୍ରାୟ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Army Van

Army Van

Advertisment

ଲଦାଖରେ ଭାରତୀୟ ସେନାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଜୁନିୟର କମିଶନ୍‌ଡ ଅଫିସର (ଜେସିଓ) ଅଛନ୍ତି।  

Advertisment

ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଲେହ ଠାରୁ ୧୫୦ କିଲୋମିଟର ଦୂର କିୟାରୀ ନିକଟରେ ଏହି ଘଟଣା ଘଟିଛି। ୧୦ ଜଣ ଯବାନଙ୍କୁ ନେଇ ଯାଉଥିବା ସେନାର ‌ଏହି ଟ୍ରକ୍ ରାସ୍ତାରୁ ଖସି ନଦୀରେ ପଡ଼ି ଯାଇଥିଲେ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। 

ସେନାର ମୋଟ ୫ଟି ଗାଡ଼ି ସାଙ୍ଗ ହୋଇ ଯାଉଥିବା ବେଳେ ସେଥିରୁ ଏହି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନାର ଏହି ଗାଡ଼ି ଗୁଡ଼ିକ ମୋଟ ୩୪ ଜଣ ଯବାନଙ୍କୁ ନେଇ କାରୁରୁ କିୟାରୀ ଆସୁଥିଲେ। ତେବେ କିୟାରୀ ଠାରୁ ମାତ୍ର ୭ କିଲୋମିଟର ଦୂରରେ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Advertisment
Indian Army Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe