Advertisment

ଛିଣ୍ଡିଲା ଲିଫ୍ଟ ତାର, ଭିତରେ ଛଟପଟ ହୋଇ ଚାଲିଗଲା ବୃଦ୍ଧାଙ୍କ ଜୀବନ

ସୁଶୀଳା ଦେବୀ ଟାୱାର ନଂ ୨୪ର ଫ୍ଲାଟ ନଂ ୮୦୩ରେ ନିଜ ପୁଅବୋହୂଙ୍କ ସହ ରହୁଥିଲେ। ଗତକାଲି ଅପରାହ୍ନରେ ସେ ଲିଫ୍ଟରେ ତଳକୁ ଯାଇଥିଲେ।

author-image
Niharika Rout
Old Lady

Old Lady

ଆଠ ମହଲାରୁ ଖସିଲା ଲିଫ୍ଟ । ଆଉ ତା’ ଭିତରେ ଘଣ୍ଟାଏ କାଳ ଛଟପଟ ହୋଇ ଆଖି ବୁଜିଲେ ଜଣେ ୭୦ ବର୍ଷୀୟା ବୃଦ୍ଧା । ଏପରି ଏକ ହୃଦୟ ବିଦାରକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହାକୁ ନେଇ ଉକ୍ତ ଆପାର୍ଟମେଣ୍ଟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିବା ବେଳେ ସୋସାଇଟି କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଅକାଳରେ ଏକ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

Advertisment

ଦିଲ୍ଲୀର ନୋଏଡାସ୍ଥିତ ହାଇରାଇଜ ଟିଏରା ସୋସାଇଟିରେ ଗତକାଲି ଏପରି ଅଘଟଣ ଘଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବୃଦ୍ଧାଙ୍କ ନାମ ସୁଶୀଳା ଦେବୀ ବୋଲି ଜଣାଯାଇଛି। ସୁଶୀଳା ଦେବୀ ଟାୱାର ନଂ ୨୪ର ଫ୍ଲାଟ ନଂ ୮୦୩ରେ ନିଜ ପୁଅବୋହୂଙ୍କ ସହ ରହୁଥିଲେ। ଗତକାଲି ଅପରାହ୍ନରେ ସେ ଲିଫ୍ଟରେ ତଳକୁ ଯାଇଥିଲେ। ଏହାପରେ ସନ୍ଧ୍ୟା ସମୟରେ ସେ ନିଜ ଫ୍ଲାଟ୍‌କୁ ଫେରୁଥିଲେ। ମାତ୍ର ସେ ୮ ମହଲାରେ ଥିବା ବେଳେ ହଠାତ୍‌ ଲିଫ୍ଟର ତାର ଛିଣ୍ଡି ଯିବାରୁ ତାହା ଅଚାନକ ଯାଇ -୨ରେ ପହଞ୍ଚିଥିଲା।

ଉକ୍ତ ସମୟରେ ଲିଫ୍ଟ ଜୋରରେ ଶବ୍ଦ କରିଥିଲେ ବି ସେଠାରେ ମୁତୟନ ସୋସାଇଟି କର୍ମଚାରୀ ଏହାକୁ ଗୁରୁତର ସହ ନେଇ ନ ଥିଲେ। ଏପରିକି ତାହା ଭିତରେ କେହି ନ ଥିବା କହିଥିଲେ। ଫଳରେ ଘଣ୍ଟାଏ କାଳ ତା’ ଭିତରେ ଛଟପଟ ହେବା ପରେ ଆଖି ବୁଜିଲେ ସୁଶୀଳା ଦେବୀ। ମା’ ଘରକୁ ନ ଫେରିବାରୁ ପୁଅ ଖୋଜାଖୋଜି କରିଥିଲେ।

Advertisment

ଏହାପରେ ଲିଫ୍ଟରେ ଖୋଜାଖୋଜି କରିବାରୁ ସେଠାରୁ ଅଚେତ ଅବସ୍ଥାରେ ସୁଶୀଳା ଦେବୀଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସାଇଟି କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ସୁଶୀଳା ଦେବୀଙ୍କ ଜୀବନ ଚାଲିଥିବାରୁ ଉକ୍ତ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Delhi Deadbody Old Age