Advertisment

ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା; ମୃତ୍ୟୁ ସଂଖ୍ୟା ୫ ନୁହଁ, ୨; ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

author-image
Niharika Rout
Serious Patient

Serious Patient

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକରିପଡ଼ାରେ ଗତକାଲି ସନ୍ଧ୍ୟା ବେଳେ ଭ୍ୟାନ୍ ଓଲଟିବା ଘଟଣାରେ ୫ ନୁହଁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତକାଲି ଦୁର୍ଘଟଣା ପରେ ପ୍ରାଥମିକ ଭାବେ ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା । କିନ୍ତୁ ଏନେଇ ସ୍ପଷ୍ଟ କରିଛନ୍ତି ଗୋଲାମୁଣ୍ଡା ଥାନାଧିକାରୀ ଶ୍ୱେତପଦ୍ମ ସେଠ ।

Advertisment

ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ପାଖାପାଖି ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତଥା ଆଉ କିଛି ଆହତ ଧର୍ମଗଡ଼ ମେଡିକାଲରେ ଚିକିତ୍ସିତ ଥିବା ଜଣାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Advertisment

ଗତକାଲି ସନ୍ଧ୍ୟା ସମୟରେ ଏକ ଭ୍ୟାନରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ ଚାଷ ଜମିରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ତେବେ ଘଟଣା ପରେ ପରେ ବର୍ଷା ହେବାରୁ ରେସ୍କ୍ୟୁ ଅପରେସନରେ ବାଧା ଉପୁଜିଥିଲା।

ଖବର ପାଇ ଅଗ୍ନିଶମବାହିନୀ ଓ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଧର୍ମଗଡ଼ ଓ ଭବାନୀପାଟଣା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

Kalahandi Road Accident