Advertisment

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ଗତକାଲି ଛତିଶଗଡ ବିଧାନସଭା ଆସନ ପାଇଁ ନିର୍ବାଚନ ଥିଲା। ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ। ଏହି ସମୟରେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା।

author-image
Manoj Swain

ଛତିଶଗଡ଼ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ । BSFର ଏହି ସହିଦ୍ ଯବାନ ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସିଆଲ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ଗାଁରେ। ଗତକାଲି ଛତିଶଗଡ ବିଧାନସଭା ଆସନ ପାଇଁ ନିର୍ବାଚନ ଥିଲା। ପୋଲିଂ ପାର୍ଟିକୁ ସୁରକ୍ଷା ଦେବାକୁ ଅନ୍ୟ ଯବାନଙ୍କ ସହ ପ୍ରକାଶ ଗାଡ଼ିରେ ଯାଉଥିଲେ। ଏହି ସମୟରେ ମାଲକାନଗିରି ସୀମାନ୍ତ କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ହୋଇଥିଲେ ପ୍ରକାଶ। ତାଙ୍କୁ ରାୟପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସହିଦ ଯବାନଙ୍କ ମା' ପ୍ରତିକ୍ରିୟାରେ କଣ କହିଛନ୍ତି ଶୁଣନ୍ତୁ।

Advertisment
Chhattisgarh Odisha Balasore Odia Jawan