Advertisment

ମିଳିଲା ସହିଦ୍‌ ଓଡ଼ିଆ ଯବାନ ସରୋଜଙ୍କ ମୃତଦେହ

ସହିଦ୍‌ ରୋଜ ଦାସ ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଗାଁରେ। ୨୦୧୨ ମସିହା ସେପ୍ଟେମ୍ବର ମାସରେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ। ମାସେ ତଳେ ପ୍ରମୋସନ୍‌ ପାଇଥିଲେ।

DKL

DKL

Advertisment

ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ୍‌ ହୋଇଥିବା ଓଡ଼ିଆ ଯବାନ ହେଉଛନ୍ତି ହାବିଲଦାର ସରୋଜ ଦାସ। ଭିଡ଼ିଓ କଲରେ ସହିଦ ସରୋଜଙ୍କୁ ଚିହ୍ନଟ କରିଛନ୍ତି ପରିବାର ଲୋକ। ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଳୟଙ୍କରୀ ବନ୍ୟା ପାଣିରେ ଭାସି ଯାଇଥିଲେ ସରୋଜଙ୍କ ସମେତ ୨୩ ଭାରତୀୟ ଯବାନ। ସେମାନଙ୍କ ଭିତରୁ କେବଳ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି।

Advertisment

ସହିଦ୍‌ ରୋଜ ଦାସ ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପର ଗାଁରେ। ୨୦୧୨ ମସିହା ସେପ୍ଟେମ୍ବର ମାସରେ ସେ ଭାରତୀୟ ସେନାରେ ଯୋଗଦେଇଥିଲେ। ମାସେ ତଳେ ପ୍ରମୋସନ୍‌ ପାଇଥିଲେ। ୧୫ ଦିନ ଟ୍ରେନିଂ ନେଇଥିଲେ। ଟ୍ରେନିଂରୁ ଫେରିବା ପରେ ସିକ୍କିମ୍‌ରେ ହୋଇଥିବା ବନ୍ୟାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସରୋଜଙ୍କ ସମେତ ଭାରତୀୟ ସେନା ୨୩ ଯବାନ ଏଥିରେ ସାମିଲ୍‌ ଥିଲେ।

ମିଳିଥିବା ସୂଚନା ଅନୁସାରେ ଉତ୍ତର ସିକିମର ଲାଚେନ ହ୍ରଦ ଉପରେ ଅଚାନକ ବାଦଲ ଫଟା ବର୍ଷା ହେବାରୁ ତୀସ୍ତା ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇଲା। ଫଳରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଫ୍ଲାସ୍‌ ଫ୍ଲଡ ହେବାରୁ ସେନାର ୨୩ ଯବାନ ଭାସି ଯାଇଥିଲେ। ବହୁ ସେନା କ୍ୟାମ୍ପ ଭୁଶୁଡ଼ି ଯାଇଥିବା ବେଳେ ବେଳେ ଯାନବାହନ ଭାସି ଯାଇଥିବା ଦେଖିବାକୁ ମିଳିଛି।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Flash Flood Accident Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe