Advertisment

ଦାଦନ ଦୁଃଖ; ୫ ଦିନ ହେଲାଣି ଘରକୁ ଫେରୁନି ମୃତଦେହ

ନାରାୟଣପାଟଣା ବ୍ଲକ ବାରି ଗାଁର ମୋହନ ସୁନାମୁଦିଙ୍କ ମୋଝିଆ ପୁଅ ରାଜୀବ ସୁନାମୁଦି। ରାଜୀବ ଦୀର୍ଘ ୬ ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏକ ନଡ଼ିଆ କାରଖାନାରେ ଶ୍ରମିକ ଭାବେ କମ କରୁଥିଲେ।

author-image
Manoranjan Sial
Narayanpatna

Narayanpatna

ଗାଁରେ କାମ ମିଳିଲାନି! ସେଥିପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲା ଘରର ଭେଣ୍ଡିଆ ପୁଅ। ହେଲେ କମ୍ପାନୀ ଗାଡ଼ି ଧକ୍କାରେ ପର ରାଇଜରେ ତା’ର ମୃତ୍ୟୁ ହେଲା। ପୁଅ ମୃତ୍ୟୁକୁ ୫ ଦିନ ବିତିଲାଣି। ଆଜି ଯାଏଁ ତା’ ମୃତଦେହ ଘରକୁ ଫେରୁନି। ଚିନ୍ତାରେ ପରିବାର ଲୋକେ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର।

Advertisment

ନାରାୟଣପାଟଣା ବ୍ଲକ ବାରି ଗାଁର ମୋହନ ସୁନାମୁଦିଙ୍କ ମୋଝିଆ ପୁଅ ରାଜୀବ ସୁନାମୁଦି। ରାଜୀବ ଦୀର୍ଘ ୬ ମାସ ତଳେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏକ ନଡ଼ିଆ କାରଖାନାରେ ଶ୍ରମିକ ଭାବେ କମ କରୁଥିଲେ। ସେଥିପାଇଁ ତାଙ୍କୁ ମାସିକ ୧୮ ହଜାର ଟଙ୍କା ଦରମା ମିଳୁଥିଲା। ଯାହା ରୋଜଗାର କରୁଥିଲେ, ଘରକୁ ପଠାଇ ଦେଉଥିଲେ। ଦୁଃଖେ ସୁଖେ ଚଳୁଥିଲେ। ଆଜିକୁ ୫ ଦିନ ତଳେ କମ୍ପାନୀ ଗାଡ଼ି ଧକ୍କାରେ ସେ ଗୁରୁତର ଆହତ ହୋଇଥିଲେ।

ରାଜୀବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। କମ୍ପାନୀ ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ହେଲେ ମୃତଦେହ ଘରକୁ କେମିତି ଫେରିବ? ସେ ନେଇ କମ୍ପାନୀ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନି। ଯେଉଁଥିପାଇଁ ୫ ଦିନ ହେଲା ସେଠାରେ ମୃତଦେହ ପଡ଼ି ରହିଛି। ମୃତଦେହ ଘରକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Advertisment

ଗତ ଦୁଇ ମାସ ଭିତରେ ନାରାୟଣପାଟଣା ଅଞ୍ଚଳରୁ ୩ ଜଣ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି। ହେଲେ ସେମାନଙ୍କ ମୃତଦେହ ଘରକୁ ଫେରିନି। ଏପରିକି ମୃତକଙ୍କ ପରିବାରକୁ କମ୍ପାନୀ ପୋକ୍ଷରୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି।

ରିପୋର୍ଟ-ଲକ୍ଷ୍ମୀପୁରରୁ ଗିରିଧାରୀ ଖରା

Koraput