Advertisment

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ମୃତ

ପୁଅ ସଂପର୍କରେ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।

Death Person

Death Person

Advertisment

ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡି଼ଙ୍ଗିଆ ଗ୍ରାମର ଲେମନ ଦିଗାଲ।

Advertisment

ଲେମନ ଜଣକ କିଛି ଦିନ ତଳେ ତାଙ୍କ ଗ୍ରାମର କିଛି ସାଙ୍ଗ ସାଥିଙ୍କ ସହିତ ମିଶି ବାଙ୍ଗାଲୋରକୁ କାମ କରିବାକୁ ଯାଇଥିଲେ।  ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଗତ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀମାନେ ତାଙ୍କୁ ବାଙ୍ଗାଲୋରର ଏକ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଅ ସଂପର୍କରେ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ପୁଅର ମୃତଦେହକୁ ବାଙ୍ଗାଲୋରରୁ ଆଣିବା ପାଇଁ ପରିବାର ଲୋକଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲା। ଏଥିପାଇଁ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ସାହାଯ୍ୟ ଲୋଡ଼ିଥିଲେ ପରିବାର ଲୋକେ। ପୁଅର ମୃତଦେହକୁ ବାଙ୍ଗାଲୋରରୁ ଘରକୁ ଆଣି ଦେବାକୁ ନିବେଦନ କରିଥିଲେ। ସାଂସଦଙ୍କ ସହଯୋଗରେ ଗତକାଲି ଲେମନଙ୍କ ମୃତଦେହ ବାଙ୍ଗାଲୋରରୁ ଆସି ଗାଁରେ ପହଞ୍ଚିଥିଲା। ଏଥିପାଇଁ ପରିବାର ଲୋକେ ସାଂସଦ ସାଧୁବାଦ ଜଣାଇଛନ୍ତି।

Advertisment
Kandhamal Death Person
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe